Only for Entertainment

ଜନ୍ମଦିନରେ ସଂଜୟ ଦତ୍ତ ଫ୍ୟାନ୍ସ ମାନଙ୍କୁ ଦେଲେ ଉପହାର, ଫିଲ୍ମ ‘ପ୍ରସ୍ଥାନମ’ର ଟିଜର ହେଲା ରିଲିଜ !

47

ସଂଜୁ ବାବା ଗତକାଲି ନିଜର ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ଗତକାଲି ତାଙ୍କ ଆଗାମୀ ଫିଲ୍ମ ‘କେଜିଏଫ୨’ର ଭୟାନକ ପୋଷ୍ଟର ରିଲିଜ ହୋଇଥିଲା । ତେବେ ଏବେ ଆଉ ଏକ ଫିଲ୍ମ ପ୍ରସ୍ଥାନମ’ର ଟିଜର ରିଲିଜ ହୋଇଛି । ଏହି ଫିଲ୍ମ ଏକ ପଲିଟିକାଲ ଡ୍ରାମା ଫିଲ୍ମ ଯାହାକୁ ତାଙ୍କ ପତ୍ନୀ ମାନ୍ୟତା ପ୍ରଡ୍ୟୁସ କରୁଛନ୍ତି ।

ଏହା ଏକ ତାମିଲ ଫିଲ୍ମର ରିମେକ ଅଟେ । ଯାହାର ନାଁ ରହିଛି ‘ପ୍ରସ୍ଥାନମ’ । ସଂଜୁ ବାବାଙ୍କ ଜନ୍ମଦିନରେ ଏହି ଫିଲ୍ମର ୧ମିନିଟ ୮ସେକେଣ୍ଡର ଟିଜର ରିଲିଜ ହୋଇଛି । କିଛିଦିନ ପୂର୍ବେ ମେକର୍ସ ଏହି ଫିଲ୍ମର ଟିଜର ରିଲିଜ କରିଛନ୍ତି । ଫିଲ୍ମରେ ସଂଜୟଙ୍କ ବ୍ୟତୀତ ଅନ୍ୟ ଷ୍ଟାର ମାନେ ମଧ୍ୟ ଭଲ ଅଭିନୟ କରିଛନ୍ତି । ସଂଜୟ ଦତ୍ତଙ୍କ ବ୍ୟତୀତ ଜ୍ୟାକି ଶ୍ରଫ, ଚଙ୍କି ପାଣ୍ଡେ, ଅଲି ଫେଜଲ, ମନୀଷା କୋଇରାଲା ଏବଂ ସତ୍ୟଜିତ ଦୁବେ ଦମଦାର ଭୂମିକାରେ ନଜର ଆସିବେ ।


‘ହକ ଦୋଗେ ତୋ ରାମାୟଣ ଶୁରୁ ହୋଗି.ଛିନୋଗେ ତୋ ମହାଭାରତ’ଭଳି ଡାଏଲଗରେ ଫିଲ୍ମକୁ ଦେଖିବାକୁ ଉତ୍ସାହ ଆହୁରି ବଢି ଗଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More