ବଲିଉଡ ଅଭିନେତା ଟାଇଗର ଶ୍ରଫ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଟାଇଗର କିଛି ଦିନ ‘ବାଗୀ୩’ରେ କାମ କରୁଛନ୍ତି । ଶୁଣିବାକୁ ମିଳିଛି ଯେ ବାଗୀ ଏବଂ ବାଗୀ ୨ ଫିଲ୍ମ ଅପେକ୍ଷା ବାଗୀ୩ରେ ଅଧିକ ଆକ୍ସନ ଦେଖିବାକୁ ମିଳିବ । ଏଠାରେ ଆମେ ଜଣାଇ ରଖୁଛୁ ଯେ ବାଗୀ ୩ର ଷ୍ଟଂଟ ଟାଇଗର ଶ୍ରଫ ନିଜେ କୋରିଓଗ୍ରାଫ କରିବେ ।
ଟାଇଗର ଶ୍ରଫ କହିଛନ୍ତି ଯେ ଅସଲରେ ଏଭଳି ନୁହେଁ କି ଫିଲ୍ମର ଆକ୍ସନ ସିନକୁ ସେ କଂଟ୍ରୋଲ କରୁଛନ୍ତି । ସେ ବାଗୀ୩ରେ ଷ୍ଟଂଟକୁ ନେଇ କିଛି ଆଇଡିଆ ନିଜର ପ୍ରୋଭାଇଡ କରୁଛନ୍ତି । ଫ୍ରାଂଚାଇଜର ସମସ୍ତ ପାର୍ଟରେ ଆକ୍ସନ ପୂର୍ବ ଠାରୁ ଅଧିକ ଭଲ ହେବା ଜରୁରୀ । ଇଣ୍ଡିଆର ଦର୍ଶକ ମିଶନ ଇମ୍ପୋସିବଲ ଏବଂ ଆଭେଂଜର୍ସ ଭଳି ଆକ୍ସନ ଏବଂ ଷ୍ଟଂଟ ଦେଖି ସାରିଲେଣି । ତେବେ ସେହିକାରଣରୁ କିଛି ନୂଆ କରିବାକୁ ଚାହିଁଛନ୍ତି ଟାଇଗର ।
ଟାଇଗରଙ୍କ କହିବା ମୁତାବକ ଟିମ ବାଗୀ୩ ବିଶ୍ୱର କ୍ଲାସ ଆକ୍ସନ ଦେବା ପାଇଁ ପ୍ରୟାସ କରୁଛନ୍ତି । ସେ ଷ୍ଟଂଟ ବିଷୟରେ ବେଶୀ କିଛି କହି ନାହାନ୍ତି କିନ୍ତୁ ଫିଲ୍ମରେ ଏଭଳି କିଛି ହୋଇଛି ଯାହା ଦର୍ଶକ କେବେ ଦେଖି ନଥିବେ ।