Only for Entertainment

ଆକାଶ ଅମ୍ବାନୀ ଏବଂ ଶ୍ଲୋକାଙ୍କ ମେହେନ୍ଦୀ ପାର୍ଟିରେ ନିକଙ୍କ ସହିତ ପହଁଚିଲେ ପ୍ରିୟଙ୍କା ।

news track
0 27

ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କର କଥିତ ବୟଫ୍ରେଣ୍ଡ ନିକ ଜୋନସଙ୍କ ଲିଙ୍କଅପକୁ ନେଇ ଏବେ ଢେର ଚର୍ଚ୍ଚା । ନିକ ଜୋନସ ପ୍ରିୟଙ୍କାଙ୍କ ସହିତ ଭାରତ ଆସିବା ପରେ ଦୁହିଁଙ୍କ ରିଲେସନସିପକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବୁଧବାର ନିକ ଏବଂ ପ୍ରିୟଙ୍କା ଗୋଆ ଟ୍ରିପରୁ ଫେରିଛନ୍ତି । ଏହା ପରେ ସଂନ୍ଧ୍ୟାରେ ପ୍ରିୟଙ୍କା ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହତାଙ୍କ ପ୍ରି- ଏଂଗେଜମେଣ୍ଟ ମେହେନ୍ଦୀ ସେରେମନୀରେ ପହଁଚିଥିଲେ । ତେବେ ପ୍ରିୟଙ୍କା ଏହା ନୁହେଁ ଅମ୍ବାନୀ ପରିବାରର ଏହି ଉତ୍ସବରେ ସେ ନିକ ଜୋନସ ଏବଂ ମା’ ମଧୁ ଚୋପ୍ରାଙ୍କ ସହିତ ପହଁଚିଥିଲେ ।

priyanka

ପ୍ରିୟଙ୍କା ଆକାଶ ଏବଂ ଶ୍ଲୋକାଙ୍କ ସହିତ ନିଜ ଫଟୋ ଇଂନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି । ପ୍ରିୟଙ୍କା ନିଜ ଫ୍ୟାଶନ ଡିଜାଇନର ତରୁଣ ତାହିଲିୟାନୀଙ୍କ ଡିଜାଇନର ସାଢୀରେ ନଜର ଆସିଥିଲେ ।

priyankaa

ପ୍ରିୟଙ୍କା ଏବଂ ନିକ ଦୁହେଁ ନିଜର ସମ୍ପର୍କ ବିଷୟରେ ସ୍ପଷ୍ଟ କରିନଥିଲେ ମଧ୍ୟ ଦୁହିଁଙ୍କୁ ଅଧିକାଂଶ ସମୟରେ ଏକା ସହିତ ଦେଖିବାକୁ ମିଳିଥାଏ । ନିକଟରେ ପ୍ରିୟଙ୍କା ନିକ ଏବଂ ତାଙ୍କ ଭାଇଙ୍କ ଫଟୋ ସେୟାର କରିଥିଲେ ଏବଂ ଲେଖିଥିଲେ ମାଇଁ ଫେଭରାଇଟ ମ୍ୟାନ । ଏଥିରୁ ଜଣାପଡୁଛି ଯେ ଦୁହେଁ ରିଲେସନସିପକୁ ନେଇ ଖୁବ ସିରିୟସ ଅଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More