Only for Entertainment

ଚନ୍ଦ୍ରରେ ପ୍ଲଟ କିଣିଲେ ସୁଶାନ୍ତ ସିଂ ରାଜପୂତ,ସଲମାନ ଏବଂ ଶାହାରୁଖଙ୍କ ଠାରୁ ଦୁଇ ପାଦରେ ଆଗରେ ।

amarujala
0 50

ସଲମାନ ଏବଂ ଅମୀର ଖାନଙ୍କୁ ପଛରେ ପକାଇ ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୂତ ଚନ୍ଦ୍ରରେ ପ୍ଲଟ କିଣିଛନ୍ତିି । କଥାଟି ଆପଣଙ୍କୁ ନିହାତି ଭାବରେ ଆଶ୍ଚଯ୍ୟ ଲାଗୁଥିବ । ତେବେ ଏହା ମଜାକ ନୁହେଁ ବରଂ ସତ୍ୟ । ଏହାର ପ୍ରମାଣ ସାମ୍ନାକୁ ଆସିଯାଇଛି । ସୁଶାନ୍ତ ସିଂ ରାଜପୂତ ଏହି ପ୍ଲଟ ‘ସି ଅଫ ମସକୋବି’ରେ କିଣିଛନ୍ତି ।

ସୁଶାନ୍ତ ସିଂ ଏହି ଜାଗା ଇଂଟରନେସନାଲ ଲୁନର ଲ୍ୟାଣ୍ଡସ ରେଜିଷ୍ଟ୍ରିରୁ କିଣିଛନ୍ତି । ସେ ୨୫ ଜୁନକୁ ଏହି ପ୍ରପର୍ଟି ତାଙ୍କ ନାମରେ କରିଛନ୍ତି । ଅବଶ୍ୟ ସେ ଯେଉଁ ସ୍ଥାନରେ ପ୍ଲଟ କିଣିଛନ୍ତି ତାହା ପୃଥିବୀରୁ ଦେଖାଯାଉ ନାହିଁ । ସୁଶାନ୍ତ ଆଡଭାନ୍ସ ଟେଲିସ୍କୋପ ଗରବୟର ୧୪” ଖଢ୬୦୦ କୁ ନିଜ ନାମରେ କରି ସାରିଛନ୍ତି ।

ସୁଶାନ୍ତ ସିଂ ରାଜପୂତ ପ୍ରଥମ ଆକ୍ଟର ନୁହଁନ୍ତି ଯାହାଙ୍କର ପ୍ରପର୍ଟି ପୃଥିବୀ ଠାରୁ ନେଇ ଚନ୍ଦ୍ର ପର୍ଯ୍ୟନ୍ତ ରହିଛି । ଶାହାରୁଖଙ୍କ ଏକ ଫ୍ୟାନ ତାଙ୍କୁ ଚନ୍ଦ୍ରରେ ଏକ ପ୍ଲଟ ଗିଫ୍ଟ କରିଛନ୍ତି । ଏହାର ଅର୍ଥ ଚନ୍ଦ୍ରରେ ମଧ୍ୟ କିଙ୍ଗ ଖାନଙ୍କା ପ୍ରପର୍ଟି ଅଛି । କିନ୍ତୁ କିଛି ଲୋକ ସୁଶାନ୍ତଙ୍କ ଏହି କାମକୁ ପବ୍ଲିସିଟି ଷ୍ଟଂଟ କହୁଛନ୍ତି,କାରଣ ତାଙ୍କ ଫିଲ୍ମ ‘ଚନ୍ଦା ମାମା ଟୁର’ ଆସିବାର ଅଛି । ଏହି ଫିଲ୍ମ ବ୍ରହ୍ମାଣ୍ଡ ବିଜ୍ଞାନ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More