Only for Entertainment

ବ୍ୟାଚଲର ପାର୍ଟି ଶେଷ କରି ମୁମ୍ବାଇ ଫେରିଲେ ପ୍ରିୟଙ୍କା, ସାଙ୍ଗେରେ ନଜର ଆସିଲେ ପରିଣିତି !

30

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ବିବାହ ପୁର୍ବରୁ ହିଁ ଜବରଦସ୍ତ ସେଲିବ୍ରେଶନ ଆରମ୍ଭ କରି ଦେଇଛନ୍ତି । କିଛି ଦିନ ପୂର୍ବେ ନ୍ୟୁୟର୍କରେ ବ୍ରାଇଡାଲ ସେରେମନି ପରେ ବ୍ୟାଚଲର ପାର୍ଟିର ଆୟୋଜନ ପାଇଁ ଆମ୍ସଟର୍ଡମ ଯାଇଥିଲେ । ଏହି ପାର୍ଟିରେ ତାଙ୍କ ସହ ପରିଣିତି ଚୋପ୍ରା, ତାଙ୍କର ଭାବି ନଣନ୍ଦ ସୋଫି ଟର୍ନର, ଇଶା ଅମ୍ବାନୀ ଏବଂ ଅନ୍ୟ ମାନେ ସାମିଲ ହୋଇଥିଲେ । ଏବେ ପ୍ରିୟଙ୍କା ପରିଣିତିଙ୍କ ସହ ମୁମ୍ବାଇ ଫେରିଛନ୍ତି ।

 

ଏୟାରପୋର୍ଟ ରେ ଦୁହେଁ ସ୍ପଟ ହୋଇଛନ୍ତି । ଫଟୋ ଦେଖି ଅନୁମାନ ହେଉଛି ଯେ ଦୁହେଁ ବ୍ୟାଚଲର ପାର୍ଟିରେ ଖୁବ ମସ୍ତି କରିଛନ୍ତି । ଅନ୍ୟପଟେ ପ୍ରିୟଙ୍କା ବିବାହ ପୂର୍ବରୁ ସମସ୍ତ ସେଲିବ୍ରେଶନ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସ ମାନଙ୍କୁ ଅପଡେଟ ଦେଉଛନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ତାରିଖ ଏବେ ପର୍ଯ୍ୟନ୍ତ ଖୁଲାସା କରାଯାଇ ନାହିଁ । କେବଳ ପ୍ରିୱେଡିଂ ସେଲିବ୍ରେଶନ କାରଣରୁ ଅନୁମାନ ଲଗାଯାଉଛି ଯେ ଖୁବ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More