Only for Entertainment

କ’ଣ ରହିଛି ପ୍ରିୟଙ୍କା-ନିକଙ୍କ ଭବିଷ୍ୟତ ଯୋଜନା, ଭାଙ୍ଗିପାରେ ଫ୍ୟାନ୍ସଙ୍କ ହୃଦୟ ।

52

ବଲିଉଡ ଏବଂ ହଲିଉଡର ମୋଷ୍ଟ ଗ୍ଲାମରସ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ପୁଣିଥରେ ବଲିଉଡ ଫିଲ୍ମରେ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି । ଅବଶ୍ୟ ଦର୍ଶକଙ୍କ ଏହି ସ୍ୱପ୍ନ ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । କେବଳ ଫ୍ୟାନ୍ସ କାହିଁକି ବଲିଉଡର ଭାଇଜାନ ସଲମାନ ମଧ୍ୟ ପ୍ରିୟଙ୍କାଙ୍କ ସହିତ ଗୋଟିଏ ସ୍କ୍ରିନରେ କାମ କରିବା ପାଇଁ ଖୁବ ଉତ୍ସାହିତ ଥିଲେ । କିନ୍ତୁ ପ୍ରିୟଙ୍କା ଫିଲ୍ମ ଭାରତକୁ ମନା କରିଦେବାରୁ ଭାଇଜାନଙ୍କ ହୃଦୟ ଭାଙ୍ଗିଗଲା । ତେବେ ସେ ଯାହା ହେଉ ଏବେ କିନ୍ତୁ ନିକ୍ୟଙ୍କାଙ୍କୁ ନେଇ ଆସିଛି ଆଉ ଏକ ଖବର । ଯାହାକୁ ଜାଣିବା ପରେ ତାଙ୍କ ଫ୍ୟାନଙ୍କ ହୃଦୟ ଭାଙ୍ଗି ଯାଇପାରେ ।

ନିକଟରେ ଏକ ଇଂଟରଭ୍ୟୁରେ ନିକଙ୍କୁ ଯେତେବେଳେ ତାଙ୍କ ଭବିଷ୍ୟତ ଯୋଜନା ବିଷୟରେ ପ୍ରଶ୍ନ କରାଗଲା ସେ ଏକ ଉତ୍ତର ଦେଲେ ଯାହା ଗ୍ଲାମର ଲାଇନ ଠାରୁ ସଂପୂର୍ଣ୍ଣ ଭିନ୍ନ ।

 

ଏକ ସାକ୍ଷାତକାରରେ ନିକ୍‌ କହିଛନ୍ତି,  ଫାର୍ମଲ୍ୟାଣ୍ଡ ବା ପ୍ରତିକୃଷି ପ୍ରତି ଆମେ ବହୁ ଆକର୍ଷିତ। ଏଥିପାଇଁ ପ୍ରିୟଙ୍କାଙ୍କୁ ଗ୍ଲାମର ଦୁନିଆ ଛାଡ଼ିବାକୁ ପଡ଼ିପାରେ। ବିବାହ ପରେ ନିକ୍‌ ପ୍ରିୟଙ୍କାଙ୍କ ସହିତ ଯେତେବେଳେ ଏ ବିଷୟରେ ଆଲୋଚନା କରିଥିଲେ ପ୍ରିୟଙ୍କାଙ୍କୁ ଏହି ଆଇଡିଆ ଖୁବ୍‌ ପସନ୍ଦ ଆସିଥିଲା ବୋଲି ସେ କୁହନ୍ତି। ନିକ୍‌ କହିଛନ୍ତି, ଗ୍ଲାମର ଦୁନିଆ ଛାଡ଼ିବା ପ୍ରିୟଙ୍କାଙ୍କ ପାଇଁ ସହଜ ହେବ ନାହିଁ। ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ। ମୁଁ ଜାଣେ; ପ୍ରିୟଙ୍କା ଭଲ ଅଭିନେତ୍ରୀ ହୋଇଥିବାରୁ ଦର୍ଶକ ତାଙ୍କୁ ପସନ୍ଦ କରନ୍ତି। ପ୍ରିୟଙ୍କାଙ୍କୁ ସ୍ତ୍ରୀ ଭାବେ ପାଇ ମୁଁ ବହୁ ଭାଗ୍ୟଶାଳୀ ବୋଲି କହିଛନ୍ତି ନିକ୍‌   ।

 

କହିରଖୁଛୁଯେ  ପ୍ରିୟଙ୍କା-ନିକ୍‌ ୨୦୧୮ ଡିସେମ୍ବର ୧-୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More