Only for Entertainment

ବିବାହ ପରେ ଏହି ଦୁଇଟି ସହରରେ ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦେବେ ପ୍ରିୟଙ୍କା-ନିକ ।

India Today
21

ଦୀପବୀରଙ୍କ ପରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ ବିବାହ ଖବର ଏବେ ଖୁବ ଚର୍ଚ୍ଚାରେ । ବିବାହ ପାଇଁ ନିକ ଭାରତରେ ଆସି ପହଁଚି ସାରିଲେଣି । ତେବେ ପ୍ରିୟଙ୍କା ଏବଂ ନିକ ଦୁହେଁ ଏପର୍ଯ୍ୟନ୍ତ ବିବାହ ତାରିଖ ବିଷୟରେ ଖୁଲାସା କରିନାହାଁନ୍ତି । ଖବର ଅନୁସାରେ ଦୁହେଁ ୨ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ । ଦୁହିଁଙ୍କ ବିବାହ ଯୋଦ୍ଧପୁରର ଉମ୍ମେଦ ଭବନ ପ୍ୟାଲେସରେ ହେବ । ଦୁହେଁ ଉଭୟ ହିନ୍ଦୁ ଏବେ କ୍ରିଷ୍ଟିଆନ ପରମ୍ପରାରେ ବିବାହ କରିବେ ।

ଏବେ ଶୁଣିବାକୁ ମିଳୁଛି ଯେ, ନିକ ଏବଂ ପ୍ରିୟଙ୍କା ବିବାହ ପରେ ଦୁଇଟି ରିସେପ୍ସନ ପାର୍ଟି ଦେବେ । ପ୍ରଥମ ରିସେପ୍ସନ ପାର୍ଟି ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ମୁମ୍ବାଇରେ ଆୟୋଜନ କରାଯିବ । ସେହିପରି ଦ୍ୱିତୀୟ ରିସେପ୍ସନ ଦିଲ୍ଲୀରେ ଆୟୋଜନ କରାଯିବ ।

ପ୍ରିୟଙ୍କାଙ୍କ ବିବାହର ସୂଚୀ ବିଷୟରେ କହିବାକୁ ଗଲେ, ୨୯ ନଭେମ୍ବର ମେହେନ୍ଦୀ ଏବଂ ସଙ୍ଗୀତ ସେରେମୋନି ହେବ । ୩୦ ନଭେମ୍ବରରେ କକଟେଲ ପାର୍ଟି, ୧ ଡିସେମ୍ବରରେ ହଳଦୀ ସେରେମୋନିର ଅନୁଷ୍ଠିତ ହେବ । ୨ ଡିସେମ୍ବରରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More