Only for Entertainment

ରିଲିଜ ହେଲା ଫିଲ୍ମ ‘ଡ୍ରିମ ଗର୍ଲ’ର ପ୍ରଥମ ଗୀତ ‘ରାଧେ ରାଧେ’, ମନମୋହି ନେବ ଆୟୁଷ୍ମାନ-ନୁସରତଙ୍କ ଏହି ଦେଶୀ ବିଟ

Latestly
86

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ନିଜର ଆଗାମୀ ଫିଲ୍ମ ‘ଡ୍ରମ ଗର୍ଲ’କୁ ନେଇ ଖୁବ ଚର୍ଚ୍ଚାରେ । ଫିଲ୍ମରେ ତାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା ଏହାକୁ ଦର୍ଶକଙ୍କୁ ଜବରଦସ୍ତ ରେସ୍ପନ୍ସ ମିଳିଛି । ଟ୍ରେଲର ପରେ ଏବେ ଫିଲ୍ମର ପ୍ରଥମ ଗୀତକୁ ‘ରାଧେ ରାଧେ’କୁ ମେକର୍ସ ରିଲିଜ କରିଛନ୍ତି ।

ଗୀତରେ ଆୟୁଷ୍ମାନ ଖୁରାନାଙ୍କ ସହିତ ନୁସରତ ଭରୁଚା ନଜର ଆସିଛନ୍ତି । ଗୀତର ଲିରିକ୍ସ ଏବଂ ଦୁହିଁଙ୍କ ଜବରଦସ୍ତ ଡ୍ୟାନ୍ସ ସମସ୍ତଙ୍କ ମନମକୁ ଛୁଇଁବ ବୋଲି ଆଶା କରାଯାଉଛି । ଗୀତର ମ୍ୟୁଜିକ ମିତ ବ୍ରଦର୍ସ ଦେଇଥିବା ବେଳେ ଏହାର ଲିରିକ୍ସ ଲେଖିଛନ୍ତି କୁମାର । ଗୀତରେ ମିତ ବ୍ରଦର୍ସ ଏବଂ ଅମିତ ଗୁପ୍ତାଙ୍କ ଆକର୍ଷଣୀୟ ଭଏସ ଶୁଣିବାକୁ ମିଳିଛି ।

ଆୟୁଷ୍ମାନ ଏକ ଫିମେଲ ଫ୍ରେଣ୍ଡସିପ କଲ ସେଣ୍ଟରରେ କାମ କରୁଥିବାର ନଜର ଆସିଛନ୍ତି । ଯେଉଁଠି ସେ ‘ପୂଜା’ ହୋଇ ଝିଅ ଭଏସରେ ଲୋକଙ୍କ ସହିତ କଥା ଦେଉଥିବାର ନଜର ଆସିଛନ୍ତି । ଏହା ପରେ ତାଙ୍କ ଭଏସକୁ ସମସ୍ତେ ଖୁବ ପସନ୍ଦ କରନ୍ତି ଏବଂ ତାଙ୍କୁ ନିଜର କରିବାକୁ ଚେଷ୍ଟା କରନ୍ତି । ରାଜ ଶାଣ୍ଡିଲ୍ୟ ଫିଲ୍ମ ‘ଡ୍ରିମ ଗର୍ଲ’ର ନିର୍ଦ୍ଦେଶନା ଦେଇଛନ୍ତି । ବାଲାଜୀ ଟେଲିଫିଲ୍ମ ଦ୍ୱାରା ନିର୍ମିତ ଏହି ଫିଲ୍ମ ୧୩ ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More