ଭିନ୍ନ ଭିନ୍ନ ସମୟରେ ରେଡ଼ିଓ ଚକଲେଟ ଭେଟି ଦେଇଥାଏ ନିଆରା ଗୀତ । ଯାହାର ଭିନ୍ନ ଉପସ୍ଥାପନାକୁ ସମସ୍ତେ ଖୁବ ପସନ୍ଦ କରିଥାନ୍ତି । ଯାହାର ପ୍ରତ୍ୟେକଟି ଗୀତ ଛୁଇଁଥାଏ ପ୍ରତି ହୃଦୟକୁ । ପ୍ରତିଥର ଭଳି ଏହିଥର ମଧ୍ୟ ରେଡ଼ିଓ ଚକଲେଟ ଭେଟି ଦେଇଛନ୍ତି ହୃଦୟ ଛୁଆଁ ଗୀତ ‘ଖୋଲା ଆକାଶରେ’ ।
ଓଡ଼ିଶାର ଲୋକପ୍ରିୟ ଏହି ଏଫଏମ ଚ୍ୟାନେଲରେ ରିଲିଜ ହୋଇଛି ମାନସୀ ମ୍ୟୁଜିକର ନୂଆ ରୋମାଂଟିକ ଗୀତ ଖୋଲା ଆକାଶରେ । ଗୀତକୁ ଗାୟକ ସୁମିତ ମହାପାତ୍ର ଏବଂ ଗାୟିକା ସଂଚିତା ଗାଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୌମିତ୍ରୀ ପଲାଇ ଏବଂ ଗୀତ ରଚନା କରିଛନ୍ତି ସଂଗ୍ରାମ ମିଶ୍ର ।