Only for Entertainment

କେବଳ କଣ୍ଟ୍ରୋଭର୍ସି ନୁହେଁ ବିବାହ ମଧ୍ୟ ହୋଇଛି ‘ବିଗ ବସ’ ଘରେ, ଦେଖନ୍ତୁ ଫଟୋ ।

patrika
0 35

‘ବିଗ ବସ’ କଥା କହିବା ମାତ୍ରେ ମନକୁ ପ୍ରଥମେ କଣ୍ଟ୍ରୋଭର୍ସି ହିଁ ସାମ୍ନାକୁ ଆସିଥାଏ । ଟିଭି ଦୁନିଆର ମୋଷ୍ଟ କଣ୍ଟ୍ରୋଭର୍ସିଆଲ ଶୋ’ ‘ବିଗ ବସ’ ର ସିଜିନ ୧୨ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେବ । ଏହି ସିଜିନର କଣ୍ଟେଷ୍ଟେଣ୍ଟଙ୍କ ନାମ ମଧ୍ୟ ଫାଇନାଲ ହୋଇସାରିଥିବା ଶୁଣିବାକୁ ମିଳୁଛି । ପ୍ରତି ବର୍ଷ ପ୍ରତିଯୋଗୀଙ୍କୁ ନେଇ ଏପରି କିଛି ଦେଖିବାକୁ ମିଳେ ଯାହା ସ୍ମରଣୀୟ ହୋଇ ରହିଥାଏ ।

ବିଗ ବସର ଘରେ କଣ୍ଟ୍ରୋଭର୍ସି ତ ଲାଗି ରହିଥାଏ ତା ଛଡା ଘରେ ଏପରି କିଛି ଦେଖିବାକୁ ମିଳିଥିଲା ଯାହାକୁ ଦର୍ଶକ କେବେ ଭୁଲି ପାରିବେ ନାହିଁ । ତାହା ହେଉଛି ବିଗ ବସ ଘରେ ହୋଇଥିବା ଦୁଇଟି ବିବାହ ।

sara

ପ୍ରଥମଟି ହେଉଛି ‘ବଗ ବସ-୪’ରେ ହୋଇଥିବା ସାରା ଖାନ ଏବଂ ଅଲୀ ମଚେଣ୍ଟଙ୍କ ନିକାହ । ‘ବିଗ ବସ -୪’ରେ ସାରା ଖାନ ତାଙ୍କର ଲଙ୍ଗ ଲାଇମ ବୟଫ୍ରେଣ୍ଡ ଅଲୀ ମଚେଣ୍ଟଙ୍କୁ ବିଗ ବସ ଘରେ ହିଁ ନିକାହ କରିଥିଲେ । କିନ୍ତୁ ବିଗ ବସ ଘରୁ ବାହାରିବା ପରେ ଏହି ବିବାହ ଭାଙ୍ଗି ଯାଇଥିଲା ।

monalisha

ସେହିପରି ଭେଜପୁରୀ ଅଭିନେତ୍ରୀ ମୋନାଲିସା ମଧ୍ୟ ଶୋ’ରେ ବୟଫ୍ରେଣ୍ଡ ବିକ୍ରାନ୍ତ ସିଂଙ୍କୁ ବିବାହ କରିଥିଲେ । ମୋନାଲିସା ଏବଂ ବିକ୍ରାନ୍ତଙ୍କ ହଳଦୀ ଏବଂ ମେହେନ୍ଦୀ ସେରେମୋନୀ ବିଗ ବସ ଘରେ ହିଁ କରାଯାଇଥିଲା । ଦୁହିଁଙ୍କ ବିବାହ ଆଜି ମଧ୍ୟ ଅତୁଟ ହୋଇ ରହିଛି ।

mona

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More