Only for Entertainment

ରାହୁଲ ଗାନ୍ଧୀଙ୍କ ଉପରେ ଆସିଥିଲା ଏହି ବଲିଉଡ ଅଭିନେତ୍ରୀଙ୍କ ହୃଦୟ, ଘଂଟା ଘଂଟା ଧରି ଫଟୋ ଦେଖୁଥିଲେ ।

amarujala
0 49

କଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହେଉଛନ୍ତି ସୋସିଆଲ ମିଡିଆର ଷ୍ଟାର । ଅଧିକାଂଶ ସମୟରେ ତାଙ୍କ ଉପରେ ଜୋକ୍ ତିଆରି ହୁଏ ଏବଂ ତାହା ଭାଇରାଲ ମଧ୍ୟ ହୁଏ । ଏହାର ସବୁଠାରୁ ମୁଖ୍ୟ କାରଣ ହେଉଛି ସେ ଦେଶର ସବୁଠାରୁ ପୁରୁଣା ପାର୍ଟିରେ ଅଛନ୍ତି ଏବଂ ଦେଶର ପ୍ରଧାନମନ୍ତ୍ରୀ ପଦବୀ ପାଇଁ ପ୍ରୟାସ କରୁଛନ୍ତି । କିନ୍ତୁ ଦିନ ଥିଲା ଯେତେବେଳେ ଝିଅମାନେ ରାହୁଲଙ୍କ ଦିୱାନୀ ଥିଲେ । ସେମାନଙ୍କ ମଧ୍ୟରୁ ଏଭଳି ଜଣେ ଅଭିନେତ୍ରୀ ଥିଲେ ଯିଏ ଘଂଟା ଘଂଟା ଧରି ମାଗାଜିନରେ ତାଙ୍କ ଫଟୋ ଦେଖୁଥିଲେ ।

ଆପଣ ନିହାତି ଭାବରେ ସେହି ନାୟିକାଙ୍କ ବିଷୟରେ ଭାବୁଥିବେ ।କିନ୍ତୁ ସେ ଅନ୍ୟ କେହି ନୁହଁନ୍ତି ବରଂ ସେ ହେଉଛନ୍ତି ବଲିଉଡ ପ୍ରସିଦ୍ଧ ନାୟିକା ବେବୋ ବା କରୀନା କପୁର ଖାନ । ସେ ରାହୁଲଙ୍କ ସହିତ ଡେଟରେ ଯିବାକୁ ଚାହୁଁଥିଲେ ଓ କଥା ହେବାକୁ ମଧ୍ୟ ଚାହୁଁଥିଲେ । ଏହି ବିଷୟରେ ସେ ନିଜେ ୨୦୦୨ରେ ଏକ ଇଂଟରଭ୍ୟୁରେ କହିଥିଲେ । ସେ କହିଥିଲେଯେ ତାଙ୍କ ମଧ୍ୟରେ କିଛି କଥା ଅଛି । ମୁଁ ତାଙ୍କ ବିଷୟରେ ଜାଣିବାକୁ ଚାହୁଁଛି । ମୁଁ ମାଗାଜିନରେ ତାଙ୍କ ଫଟୋ ଦେଖେ । ଭାବୁଛି ତାଙ୍କ ସହିତ କଥା ହେଲେ କେମିତି ହେବ । ତେବେ ଆମ ପରିବାର ଫିଲ୍ମ ସହିତ ଜଡ଼ିତ ଏବଂ ସେ ରାଜନୀତି ସହିତ । ଏହା ଖୁବ ମଜାଦାର ହେବ ।

ଶୋ’ର ହୋଷ୍ଟ ଏବଂ ବଲିଉଡ ଅଭିନେତ୍ରୀ ସେମି ଗ୍ରେବାଲ ସେହି ଇଂଟରଭ୍ୟୁର ଭିଡ଼ିଓ ୟୁଟ୍ୟୁବରେ ଅପଲୋଡ କରିଥିଲେ । ଦେଖନ୍ତୁ ସେହି ଭିଡ଼ିଓ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More