ସାମ୍ନାକୁ ଆସିଲା ଆଶିକୀ ଫେମ ‘ରାହୁଲ ରାୟ’ଙ୍କ ନୂଆ ଅବତାର,ଚିହ୍ନିବା କଷ୍ଟ ହୋଇଯିବ ।
ବଲିଉଡ ଫିଲ୍ମ ‘ଆଶିକୀ’ ଫେମ ଆକ୍ଟର ରାହୁଲ ରାୟ ସୋସିଆଲ ମିଡିଆରେ ନିଜର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ଚିହ୍ନିବା ଖୁବ କଷ୍ଟ । ଏହି ଫଟୋ ତାଙ୍କର ଅପକମିଂ ଫିଲ୍ମ ‘ନାଇଟ ଆଣ୍ଡ ଫଗ’ର,ଯାହାକୁ ତନବୀର ଅହମଦ ନିର୍ଦ୍ଦେଶନା ଦେଉଛନ୍ତି ।
ଫଟୋକୁ ଦେଖିବାପରେ ଜଣାପଡ଼ୁଛି ସେ ଜଣେ ମୁସଲିମ ଚରିତ୍ରରେ ଅଭିନୟ କରୁଛନ୍ତି । ତେବେ ଫିଲ୍ମ ବିଷୟରେ ଅଧିକ କିଛି ସୂଚନା ଆସିନାହିଁ ।
ସୂଚନା ଅନୁସାରେ ସେ ଏହି ଫିଲ୍ମ ‘ୱେଲକମ ଟୁ ରସିୟା’ରେ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମରେ ସେ ଅଧା ଭାରତୀୟ ଏବଂ ଅଧା ରଷିଆନ ଭାବେ ନଜର ଆସିବେ ।