Only for Entertainment

ବିବାଦ ଘେରରେ ଫିଲ୍ମ ପାନୀପଥ, ରାଜସ୍ଥାନରେ ଜୋରଦାର ବିକ୍ଷୋଭ !

46

କାହାଣୀକୁ ନେଇ ବିବାଦ ଘେରରେ ବଲିଉଡ ସିନେମା ପାନୀପଥ । ରାଜସ୍ଥାନରେ ଏହି ଫିଲ୍ମ ବିରୋଧରେ ଜଳୁଛି ନିଆଁ । କେଉଁଠି ଚାଲିଛି ଭଙ୍ଗାରୁଜା ତ ପୁଣି କେଉଁ ଥିଏଟରରେ ପହଁଚି ଫିଲ୍ମର ପୋଷ୍ଟର ଓ ବ୍ୟାନରରେ ନିଆଁ ଲଗାଇଛନ୍ତି ବିକ୍ଷୋଭକାରୀ । ଏବେ ଏହି ବିବାଦକୁ ନେଇ ବୟାନ ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ବିବାଦ ଭିତରେ ସେନସର ବୋର୍ଡ ହସ୍ତକ୍ଷେପ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକୃତ ଘଟଣା କଣ ଓ ଏହାର ସମାଧାନ କିଭିଳି କରାଯିବ ସେ ଦାୟିତ୍ୱ ସେନସର ବୋର୍ଡ ନେଉ ବୋଲି ସେ ଦାବି କରିଛନ୍ତି । ଅଶୋକ ଗେହଲଟ ଲେଖିଛନ୍ତି ଫିଲ୍ମରେ ସ୍ଥାନ ପାଇଥିବା ମହାରାଜା ସୁରଜମଲଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଛି । ତେଣୁ ସେନସର ବୋର୍ଡ ଘଟଣାରେ ହସ୍ତକ୍ଷେପ କରି ସମାଧାନ କରୁ ।

ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମକୁ ମିଳୁଛି ମିଶ୍ରିତ ପ୍ରତିକ୍ରିୟା । ଫିଲ୍ମର ବକ୍ସ ଅଫିସ କଲେକ୍ସନ ମଧ୍ୟ ଠିକଠାକ ରହିଛି । ଏହାରି ଭିତରେ ଏବେ କଳକାରମାନେ କିନ୍ତୁ ଫିଲ୍ମର ପ୍ରମୋସନ ଜାରି ରଖିଛନ୍ତି । ନିକଟରେ ଅଭିନେତ୍ରୀ କ୍ରିତି ସାନନ ନିଜ ଘରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଯେଉଁଠି ସେ କୁନି କୁନି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେଶାଲ ସ୍କ୍ରିନିଂ ରଖିଥିଲେ । ଅଭିନେତ୍ରୀଙ୍କ ସହ ସ୍କୁଲ ଛାତ୍ରଛାତ୍ରୀ ଖାସ ସମୟ କାଟିବା ସହ ମଜାମସ୍ତି ମଧ୍ୟ କରିଥିଲେ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ଖୁସି କରିବା ପରେ ନିଜେ ବେଶ ଖୁସି ହୋଇଥିବା କହିଛନ୍ତି କ୍ରିତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More