Only for Entertainment

ଆଶାରାମଙ୍କ ଦଣ୍ଡ ଉପରେ ବୟାନ ଦେଲେ ରାକ୍ଷୀ ସାୱନ୍ତ, କହିଲେ ଫାଶୀ କ’ଣ ପାଇଁ ହେଲାନି

Siasat
0 47

ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ ଜେଲ ଦଣ୍ଡ ମିଳିବା ପରେ ଅନେକ ସାଧାରଣ ଲୋକଙ୍କ ସହିତ ବଲିଉଡ କଳାରାରମାନେ ମଧ୍ୟ ନିଜର ମତ ରଖିଛନ୍ତି । ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଏହାକୁ ନେଇ ନିଜ ମୁହଁ ଖୋଲିଛନ୍ତି । ଏହି ଦଣ୍ଡ ବିଧାନକୁ ନେଇ ସେ ଖୁସି ଅଛନ୍ତି କିନ୍ତୁ ଏହି ବ୍ୟଭଚାରୀ ବାବାକୁ କ’ଣ ପାଇଁ ଫାଶୀ ଦିଆଗଲା ନାହିଁ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ।

ରାକ୍ଷୀ କହିଛନ୍ତି, ‘ମୋତେ ଖୁବ ଖୁସି ଲାଗିଲା ଆଶାରାମକୁ ଏହି ଦଣ୍ଡ ଶୁଣାଗଲା । ଏପରି ସ୍ୱଭାବର ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ଉଦାହରଣ । ଖାସ କରି ଯେଉଁମାନେ ଧନୀ ଏବଂ ଶକ୍ତିଶାଳୀ ଏବଂ ମହିଳା ଏବଂ ଶିଶୁଙ୍କ ଉପରେ ଏପରି ଅତ୍ୟାଚାର କରନ୍ତି ।’

ଏହା ସହିତ ସେ କହିଛନ୍ତି ‘କିନ୍ତୁ ଏହି ମାମଲାରେ ମୃତ୍ୟୁଦଣ୍ଡ କ’ଣ ପାଇଁ ଦିଆଗଲାନାହିଁ । ନାବାଳିକାକୁ ଦୁଷ୍କର୍ମ କରିବା ବ୍ୟକ୍ତିକୁ ବେଲ ମିଳିବା ଉଚିତ ନୁହେଁ ।’ ସେହିପରି ନିର୍ମାତା ପ୍ରିତିଶ ଟୁଇଟ କରି କହିଛନ୍ତି, ‘ନ୍ୟାୟ ମିଳିଛି । ଶେଷରେ ଆଶାରାମକୁ ନାବାଳିକା ଦୁଷ୍କର୍ମ ମାମଲାରେ ଦଣ୍ଡ ମିଳିଛି ।’

କେବଳ ରାକ୍ଷୀ ନୁହଁନ୍ତି ବଲିଉଡ ଅଭିନେତା ଫରହାନ ଅଖତର ମଧ୍ୟ ଆଶାରାମଙ୍କ ସହିତ ମୋଦିଙ୍କୁ ନଯୋଡିବା ପାଇଁ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More