Only for Entertainment

ରଣବୀର କପୁର ଉଠାଇଲେ ଆଲିଆଙ୍କ ଫଟୋ, ମା’ ନିତୁ ଦେଲେ ଏପରି ରିଆକ୍ସନ ।

mantavyanews
0 23

ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଏବେ ବୁଲଗେରିଆରେ ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ଅଛନ୍ତି । କିନ୍ତୁ ସୁଟିଂ ମଧ୍ୟରବୁ ସମୟ ବାହାର କରି ଫିଲ୍ମର ଷ୍ଟାରକାଷ୍ଟ ୟୁରୋପର ଅନେକ ଟୁରିଷ୍ଟ ଲୋକେସନ ବୁଲିବା ସହିତ ମସ୍ତି କରୁଥିବା ନଜର ଆସିଛନ୍ତି । ଫିଲ୍ମର ଲିଡ ଅଭିନେତ୍ରୀ ଆଲିଆ ଏହା ସହ ଜତିତ ଅନେକ ଫଟୋ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ଆଲିଆଙ୍କ ଏହି ଫଟୋ ମଧ୍ୟରୁ କିଛି ଫଟୋ ରଣବୀର ଖୋଦ ନିଜେ ଉଠାଇଛନ୍ତି ।

ଆଲିଆ ଏବଂ ରଣବୀରଙ୍କ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ରଣବୀର ପୁଣିଥରେ ଆଲିଆଙ୍କ ଏକ ସୁନ୍ଦର ଫଟୋ କ୍ଲିକ୍ କରିଛନ୍ତି । ଏହି ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋରେ ଆଲିଆ ଡେନିମ ଜ୍ୟାକେଟରେ ନଜର ଆସିଛନ୍ତି । ଆଲିଆ ଏହି ଫଟୋକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

 

ଫଟୋର କ୍ୟାପସନରେ ଆଲିଆ ଫଟୋ କ୍ରେଡିଟ ରଣବୀର କପୁରଙ୍କୁ ଦେଇଛନ୍ତି । ଫଟୋ ସେୟାର କରିବାର କିଛି ସମୟ ପରେ ରଣବୀର କପୁରଙ୍କ ମା’ ନିତୁ ସିଂ ଆଲିଆଙ୍କ ଫଟୋରେ ଏକ କ୍ୟୁଟ କମେଣ୍ଟ କରିଛନ୍ତି । ଫଟୋରେ କମେଣ୍ଟ କରି ସେ ଲେଖିଛନ୍ତି ‘ତୁମର ସୁନ୍ଦର ଫଟୋ, ରଣବୀରଙ୍କ ଜରିଆରେ ।’

ଫିଲ୍ମ ବିଷୟରେ କହିବାକୁ ଗଲେ ‘ବ୍ରହ୍ମାସ୍ତ୍ର’ରେ ଆଲିଆ ଏବଂ ରଣବୀରଙ୍କ ବ୍ୟତିତ ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More