Only for Entertainment

କ’ଣ ରଣବୀର ସିଂଙ୍କ ସହିତ କାମ କରିବାକୁ ଚାହାଁନ୍ତି ରଣବୀର କପୁର ? ଜାଣନ୍ତୁ ଏହି ରିପୋର୍ଟରେ ।

ScoopWhoop
0 37

ବଲିଉଡ ରକଷ୍ଟାର ରଣବୀର କପୁର ଏବେ ନିଜର ଆଗାମୀ ଫିଲ୍ମ ସଂଜୟ ଦତ୍ତଙ୍କ ବାୟୋପିକ ‘ସଂଜୁ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ରଣବୀରଙ୍କ ଗତ କିଛି ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇନଥିବାରୁ ଏହି ଫିଲ୍ମ ରଣବୀରଙ୍କ ପାଇଁ ଖୁବ ମହତ୍ୱପୂର୍ଣ୍ଣ । ତେବେ ନିକଟରେ ରଣବୀର କୁପର କହିଛନ୍ତି ସେ ରଣବୀର ସିଂଙ୍କ ସହିତ କାମ କରିବାକୁ ଚାହାଁନ୍ତି ।

ranbir

ରଣବୀର କପୁର କହିଛନ୍ତି ନିଜ ପିଢିର ଜଣେ ପ୍ରତିଭାବାନ କଳାକାର ରଣବୀର ସିଂଙ୍କ ସହିତ କାମ କରିବା ପାଇଁ ଖୁବ ଉତ୍ସୁକ ଅଛି । ଏପର୍ଯ୍ୟନ୍ତ ଏହି ଦୁଇ କଳାକାରଙ୍କୁ ଏକାଠି କାମ କରିବାର ସୁଯୋଗ ମିଳିନାହିଁ । ଏହା ସହିତ ରଣବୀର କପୁର କହିଛନ୍ତି ‘ନିଜ ପରି ଦୁଇ ଷ୍ଟାରଙ୍କୁ କାଷ୍ଟ କରିବା କଠିନ ହେବ । କାରଣ ଦୁଇ ଜଣଙ୍କୁ ଫିଲ୍ମର କାହାଣୀ ପସନ୍ଦ ଆସିବା ଦରକାର । ମୁଁ ବାସ୍ତବରେ ରଣବୀର ସିଂଙ୍କ ସହିତ କାମ କରିବା ପାଇଁ ଚାହେଁ କାରଣ ତାଙ୍କ କାମର ମୁଁ ଜଣେ ବଡ ପ୍ରଶଂସକ । ମୋତେ ପଦ୍ମାବତରେ ତାଙ୍କ କାମ ଖୁବ ପସନ୍ଦ ଆସିଲା ।’

ranbir-ranveer

ରଣବୀର କପୁର, ରଣବୀର ସିଂଙ୍କ ଅଭିନୟ ନୁହେଁ ତାଙ୍କ ଏନର୍ଜିର ମଧ୍ୟ ବଡ ପ୍ରଶଂସକ । ଏଥିସହିତ ରଣବୀର କପୁର କହିଛନ୍ତି ରଣବୀର ସିଂଙ୍କ ଟ୍ୟାଲେଣ୍ଟ ବହୁତ କିଛି କହିଥାଏ । ଯଦି ଭଲ ସ୍କ୍ରିପ୍ଟ ମିଳେ ତାବେ ତାଙ୍କ ସହିତ କାମ କରିବାକୁ ଚାହିଁବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More