Only for Entertainment

‘ମର୍ଦାନୀ ୨’ ନେଇ ଆସୁଛନ୍ତି ରାଣୀ ମୁଖର୍ଜୀ, ସାମ୍ନାକୁ ଆସିଲା ଫିଲ୍ମର ରିଲିଜ ଡେଟ !

latestly
48

ଅଭିନେତ୍ରୀ ରାଣୀ ମୁଖର୍ଜୀ ପୁଣିଥରେ ନିଜର ଆକ୍ସନ ପ୍ୟାକ୍ଡ ଅବତାର ସହିତ ଦର୍ଶକଙ୍କୁ ରୋମାଞ୍ଚିତ କରିବା ପାଇଁ ପରଦାକୁ ଫେରୁଛନ୍ତି । ଆମେ କହୁଛୁ ରାଣୀଙ୍କ ଆଗମୀ ଫିଲ୍ମ ‘ମର୍ଦାନୀ’ର ସିକ୍ୱଲ ‘ମର୍ଦାନୀ ୨’ ବିଷୟରେ । ନିକଟରେ ଫିଲ୍ମର ରିଲିଜ ଡେଟ ବିଷୟରେ ମେକର୍ସ ଘୋଷଣା କରିଛନ୍ତି । ଫିଲ୍ମ ୧୩ ଡିସେମ୍ବରରେ ପରଦାରେ ରିଲିଜ ହେବ ।

ୟଶରାଜ ଫିଲ୍ମସ ଶନିବାର ଫିଲ୍ମର ରିଲିଜ ଡେଟ ବିଷୟରେ ଘୋଷଣା କରିବା ସହିତ ସୋସିଆଲ ମିଡିଆରେ ରାଣୀଙ୍କ ଏକ ଦମନଦାର ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ ସେୟାର କରି ୟଶରାଜ ଫିଲ୍ମସ କ୍ୟାପସନରେ ଲେଖିଛନ୍ତି, ‘ମର୍ଦାନୀ ୨ରେ ଶିବାନୀ ଶିବାଜୀ ରଏ ଭୂମିକାରେ ରାବଣୀ ମୁଖର୍ଜୀ । ୧୩ ଡିସେମ୍ବର ୨୦୧୯ରେ ଫିଲ୍ମ ରିଲିଜ ହେବାକୁ ଯାଉଛି ।’

 

ଫିଲ୍ମର ଏହି ନୂଆ ପୋଷ୍ଟରରେ ରାଣୀ ପୋଲିସ ପୋଷାକରେ ନଜର ଆସିଛନ୍ତି । ଏହି ଫଟୋରେ ରାଣୀଙ୍କ ଇଣ୍ଟେନ୍ସ ଲୁକ ଦେଖିବାକୁ ମିଳିଛି । କହିରଖୁଛୁ ଯେ, ଫିଲ୍ମର ପ୍ରଥମ ଭାଗକୁ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳିଥିଲା । ଏହାର ସଫଳତାକୁ ଦେଖି ମେକର୍ସ ଏହାର ସିକ୍ୱଲ ନିର୍ମାଣ କରିବା ପାଇଁ ନିର୍ଣ୍ଣୟ ନେଇଥିଲେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଗୋପୀ ପୁଥରନ । ତେବେ ପ୍ରଥମ ପାର୍ଟ ପରି ଦର୍ଶକ ଦ୍ୱିତୀୟ ପାର୍ଟକୁ କେତେ ପସନ୍ଦ କରୁଛନ୍ତି ତାହା ଫିଲ୍ମ ରିଲିଜ ହେବା ପରେ ଜଣାପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More