Only for Entertainment

ଆଲିୟାଙ୍କ ସହ ସଂପର୍କକୁ ନେଇ ରାଜ ଖୋଲିଲେ ରଣବୀର କପୁର ।

bollywood tadka
0 84

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିୟା ଭଟ୍ଟ ଏବେ ସଂପର୍କକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଦୁଇ ଜଣ ଏକା ସାଙ୍ଗରେ ଅଧିକାଂଶ ଥର ସ୍ପଟ ହୋଇଛନ୍ତି । କିନ୍ତୁ ଗତ କିଛି ଦିନ ହେବ ଖବର ଆସିଥିଲାଯେ ଦୁଇଜଣ ଉଭୟଙ୍କୁ ଡେଟ କରୁଛନ୍ତି । କିନ୍ତୁ ଦୁଇଜଣ ଏହାକୁ ନେଇ କୌଣସି ପ୍ରକାରର ମନ୍ତବ୍ୟ ଦେଇନଥିଲେ । ନିକଟରେ ଆଲିୟାଙ୍କ ସହ ସଂପର୍କକୁ ନେଇ ରଣବୀର ଏଭଳି କିଛି କହିଛନ୍ତି ଯେଉଁଥିରୁ ସମସ୍ତ ପ୍ରମାଣ ମିଳିସାରିଛି ।

ଯେତେବେଳେ ତାଙ୍କୁ ଏକ ଇଂଟରଭ୍ୟୁରେ ଏହି ବିଷୟରେ ପଚରାଗଲା ସେ କହିଲେଯେ ଏକ ପୁଅ ହୋଇଥିବାରୁ ଆଲିୟାଙ୍କୁ ସେ ପସନ୍ଦ କରନ୍ତି । ଅନ୍ୟ ପାଶ୍ୱର୍ରେ ଆଲିୟାଙ୍କୁ ଯେତେବେଳେ ଏହି ବିଷୟରେ ପଚରାଯାଇଥିଲା ସେ ମଧ୍ୟ ଲାଜ ଲାଜ ମୁହଁକୁ ଘୋଡ଼ାଇ ଦେଇଥିଲେ । ଏଥିରୁ ପ୍ରମାଣିତ ହେଉଛିଯେ ଦୁଇଜଣଙ୍କ ମଧ୍ୟରେ ସଂପର୍କରେ ଖୁବ ଘନିଷ୍ଠତା ଆସିଛି । ତେବେ ଖୁବଶୀଘ୍ର ଦୁଇଜଣ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଏମାନଙ୍କ ବ୍ୟତୀତ ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ମୌନି ରୟ ଲିଡ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More