ଦୀପିକାଙ୍କ ୱେବସାଇଟରେ ରଣବୀର ଲେଖିଲେ ଇମୋଶନାଲ ପୋଷ୍ଟ, ପ୍ରଶଂସାରେ କହିଲେ ଏଭଳି କଥା ।
ରଣବୀର ସିଂ ପତ୍ନୀ ଦୀପିକାଙ୍କୁ କେତେ ଭଲପାଆନ୍ତି ଏହି କଥା କାହାକୁ ମଧ୍ୟ ଅଜଣା ନାହିଁ । ବିବାହ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଫଟୋରେ ଦୁଇଜଣଙ୍କ କେମେଷ୍ଟ୍ରି ଦେଖିବାକୁ ମିଳେ । ନିକଟରେ ରଣବୀର ଦୀପିକାଙ୍କୁ ଏକ ଇମୋଶନାଲ ପୋଷ୍ଟ ଲେଖିଛନ୍ତି । ଏହି ଲେଖାକୁ ରଣବୀର ଦୀପିକାଙ୍କ ୱେବସାଇଟରେ ପୋଷ୍ଟ କରିଛନ୍ତି ଯାହାକୁ ଦୀପିକା ତାଙ୍କ ଜନ୍ମଦିନରେ ଲଂଚ କରିଥିଲେ ।
ପୋଷ୍ଟରେ ରଣବୀର ଦୀପିକାଙ୍କର ଖୁବ ପ୍ରଶଂସା କରିଛନ୍ତି । ଯେଉଁଥିରେ ଦୀପିକାଙ୍କ ବ୍ୟକ୍ତିଗତ ଏବଂ ଆନୁଷ୍ଠାନିକ ଜୀବନକୁ ନେଇ ବହୁତ କିଛି ଲେଖିଛନ୍ତି ରଣବୀର । ଏବଂ ଦୀପିକାଯେ ହୃଦୟରୁ ଖୁବ ଭଲ ଏବଂ ତାଙ୍କୁ ଆଗକୁ ଯାଇ ଭଲ ମଣିଷ ହେବା ପାଇଁ କୁହନ୍ତି ତାହା ମଧ୍ୟ ରଣବୀର ଏହି ପୋଷ୍ଟରେ ଲେଖିଛନ୍ତି ।