ଘରେ ପ୍ରସ୍ତୁତ କରନ୍ତୁ ପନିର ସାଲାଡ୍ ।
ଆବଶ୍ୟକୀୟ ସାମଗ୍ରୀ- ଟମାଟୋ, ପନିର, ଗଜା ବୁଟ, ଧନିଆପତ୍ର, ଲେମ୍ବୁ, ବିଟ୍ ଲୁଣ ଏବଂ ଚିନି।
ପ୍ରସ୍ତୁତି ପ୍ରଣାଳୀ- ପନିର ଏବଂ ଟମାଟୋକୁ ଛୋଟ ଛୋଟ କରି କାଟନ୍ତୁ। ଧନିଆପତ୍ର ଛୋଟ ଛୋଟ କାଟି ସେଥିରେ ମିଶାନ୍ତୁ। ଗଜାବୁଟ, ଅଳ୍ପ ଚିନି ଏବଂ ଲେମ୍ବୁ ରସ ଆବଶ୍ୟକ ଅନୁଯାୟୀ ଦିଅନ୍ତୁ। ବିଟ୍ ଲୁଣ ପକାଇ ଖାଇବାକୁ ଦିଅନ୍ତୁ ପନିର ସାଲାଡ୍।