Only for Entertainment

ପ୍ରସ୍ତୁତ କରନ୍ତୁ ସ୍ବାସ୍ଥ୍ୟକର ମସୁର ଡାଲି ସୁପ୍‌

Yummy O Yummy
46

ସାମଗ୍ରୀ-

୨ ଚାମଚ ଅଲିଭ୍‌ ଅଏଲ, ୪ଟି କଟା ପିଆଜ, ୨ ଚାମଚ ଜିରା ଗୁଣ୍ଡ, ୨ ଚାମଚ ଧନିଆ ଗୁଣ୍ଡ, ୨ କୋଲା କଟା ରସୁଣ, ୨ଟି ସିଝା ଆଳୁ, ୧ ଚାମଚ ପାଉଡର ଭେଜିଟେବଲ ଷ୍ଟକ୍‌, ୨ କପ୍‌ ଭିଜା ମସୁରୀ ଡାଲି, ଏକ ଚତୁର୍ଥାଂଶ କପ୍‌ ଧନିଆ, ୧ ଚାମଚ କଖାରୁ ମଞ୍ଜି।

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ପ୍ୟାନ୍‌ରେ ତେଲ ଗରମ କରି ଏଥିରେ ପିଆଜ ଭାଜନ୍ତୁ। ଏହା ଗୋଲ୍ଡେନ୍‌ ବ୍ରାଉନ୍‌ ହୋଇଗଲା ପରେ ଏହାକୁ ଏକ ପାତ୍ରକୁ ବାହାର କରନ୍ତୁ। ଏବେ ସେହି ପ୍ୟାନ୍‌ରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଓ ରସୁଣ ପକାଇ ୧ ମିନିଟ୍‌ ପାଇ ଭାଜନ୍ତୁ। ସିଝା ଆଳୁକୁ କାଟି ଦିଅନ୍ତୁ। ମସଲାରେ ଆଳୁ ଓ ଭେଜିଟେବଲ ଷ୍ଟକ୍‌ ପକାଇ ୧୦ ମିନିଟ୍‌ ଯାଏ ଗୋଳାନ୍ତୁ। ଆଳୁ ଭଲ ଭାବେ ମିଶିଗଲା ପରେ ଏଥିରେ ମସୁର ଡାଲି ପକାନ୍ତୁ। ଏହା ଭଲ ଭାବେ ନ ସିଝିଲା ଯାଏ ରାନ୍ଧନ୍ତୁ। ଆବଶ୍ୟକ ଅନୁସାରେ ପାଣି ଦେଇ ସିଝାନ୍ତୁ। ଏହା ସିଝିଗଲା ପରେ ଏହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ଏହି ସୁପ୍‌କୁ ଏକ ଗିନାକୁ ବାହାର କରି ଭଜା ହୋଇ ରହିଥିବା ପିଆଜ ଏବଂ ଧନିଆ ପତ୍ରରେ ସଜାଇ ଗରମ ଗରମ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More