Only for Entertainment

ଜିମ୍ ଯାଇ ନୁହେଁ ଆକ୍ଟିଂ କରି ହିରୋ ହୁଅନ୍ତି: ଋଷି କପୁର

IndiLeak
0 40

ଯୁବ ପିଢି ଏବେ ଜିମ ଯିବା ଉପରେ ଅଧିକ ଫୋକସ କରୁଛନ୍ତି । ଆକ୍ଟର ହୁଅନ୍ତୁ କି ସାଧାରଣ ବ୍ୟକ୍ତି ବଡି ଉପରେ ସମସ୍ତଙ୍କର ଧ୍ୟାନ ରହିଥାଏ । ଆଜିକାଲିର ହିରୋମାନେ ଆକ୍ଟିଂ ଅପେକ୍ଷା ବଡି ଉପରେ ବେଶି ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଅଭିନେତା ଋଷି କପୁର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ତାଙ୍କ ମତରେ ଯଦି ଆକ୍ଟର ହେବା ପାଇଁ ଚାହୁଁଛ ତେବେ ନିରିକ୍ଷଣ ଉପରେ ଧ୍ୟାନ ଦିଅ । ଜିମ ଯାଇ କ’ଣ ମିଳିବ ।

rishi-kapoor-1280

ପିଟିଆଇ କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ମୁଁ ଦେଖିବାକୁ ପାଇଛି ଆକ୍ଟର ହେବା ପାଇଁ ଯୁବ ପିଢି ଜିମ୍ ଜଏନ କରିଥାନ୍ତି । ତେବେ ଜିମ କାହିଁକି ଜଏନ କରିବା ଦରକାର ? ଆପଣ ଏଭଳି ଇନଷ୍ଟିଟ୍ୟୁଟ କାହିଁକି ଜଏନ କରୁନାହାଁନ୍ତି ଯେଉଁଠାରେ ଆକ୍ଟିଂ ସିଖାଯାଇଥାଏ । ଆପଣଙ୍କୁ ଭଲ ନିର୍ଦ୍ଦେଶକଙ୍କ ସହିତ କାମ କରିବା ଆବସ୍ୟକ ଏହା ଦ୍ୱାରା ଆପଣ ସେଠାରୁ କିଛି ସିଖି ପାରିବେ । ’

ranbir-rishi

ସେ ଏହାକୁ ନେଇ ପୁଅ ରଣବୀରଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି । ରଣବୀର ଫିଲ୍ମରେ ଡେବ୍ୟୁ କରିବା ପୂର୍ବରୁ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ବ୍ଲାକ’ରେ ସହ ନିର୍ଦ୍ଦେଶକ ରୂପେ କାମ କରିଥିଲେ । ଋଷି ଏହା ମଧ୍ୟ କହିଛନ୍ତି ଅଭିନେତା ହେବା ପାଇଁ ନିରିକ୍ଷଣ ଉପରେ ଧ୍ୟାନ ଦେବା ଜରୁରୀ । ମୁଁ ଜାଣିପାରୁନି ଜିମ ଯିବାକୁ ଆକ୍ଟର ହେବାର ଏକ ଷ୍ଟେପ କ’ଣ ପାଇଁ ଭାବୁଛନ୍ତି ।

image

ସେ ଆଗକୁ ମଧ୍ୟ କହିଛନ୍ତି, ‘୮୦ ଦଶକରେ ଅମିତାଭଙ୍କୁ ୟାଙ୍ଗ୍ରୀ ୟଙ୍ଗମ୍ୟାନର ଟାଇଟଲ ମିଳିଥିଲା । ସେହି ସମୟର ତାଙ୍କ ପାଖରେ ନା ବଡି ଥିଲା ନା ମସଲ୍ସ । ଏହାପରେ ମଧ୍ୟ ସେ ହିନ୍ଦୀ ସିନେମା ସବୁଠାରୁ ବଡ ଷ୍ଟାର । ମୋ ଆକ୍ଟିଂ ମଧ୍ୟ କିଛି ଟେକନିକ ନାହିଁ ମୁଁ ନ୍ୟାଚୁରାଲ ଆକ୍ଟିଂ କରେ ।’

ଋଷି, ଅମିତାବ ବଚ୍ଚନଙ୍କ ସହିତ ଫିଲ୍ମ ‘୧୦୨ ନଟ ଆଉଟ’ରେ ନଜର ଆସିଛନ୍ତି ଏହି ଫିଲ୍ମ ୪ ମଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More