ପୁଣି ରିଲିଜ ହେବ ‘ସିଂଘମ’ , ପ୍ରଥମ ପୋଷ୍ଟର ଆଉଟ, ୨୦୧୯ରେ ହେବ ଅଜୟଙ୍କ ଧମାଲ ।
ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ’ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରିଚାଲିଛି । ଫିଲ୍ମ ଖୁବ ଶୀଘ୍ର ୧୦୦କୋଟି ମଧ୍ୟ ପାର କରିଦେବ । ଏହାମଧ୍ୟରେ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ସିଂଘମ ।
ଏବେ ଆପଣ ଚିନ୍ତା କରୁଥିବେ ସିଂଘମ ସିକ୍ୱେଲର କଥା ମାତ୍ର ଏହା ଭୂଲ ଅଟେ । କାରଣ ଖବର ମୂତାବକ ଅଜୟ ଦେବଗନଙ୍କ ସିଂଘମ ଫିଲ୍ମ ଏବେ ପଞ୍ଜାବୀରେ ପ୍ରସ୍ତୁତ କରାଯାଉଛି । ଅଜୟ ଦେବଗନ ଏହି ଫିଲ୍ମର ପ୍ରଥମ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
Punjab Da Sher@ParmishVerma @KumarMangat @AbhishekPathakk @ADFfilms @PanoramaMovies @OmjeeGroup pic.twitter.com/PnfmPf1YHG
— Ajay Devgn (@ajaydevgn) April 2, 2018
ପୋଷ୍ଟର ସେୟାର କରିବା ସମୟରେ ଅଜୟ ଦେବଗନ କହିଛନ୍ତି ଯେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ପରମୀଶ ବର୍ମା ଅଭିନୟ କରିବେ । ଏହି ପଞ୍ଜାବୀ ରିମେକ ୨୦୧୯ରେ ରିଲିଜ ହେବାକୁ ଯାଉଅଛି । ୨୦୧୧ରେ ପରଦାକୁ ଆସିଥିବା ସିଂଘମ ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।
ସିଂଘମର ସଫଳତା ପରେ ଏବେ ନିର୍ମାତାଙ୍କ ଆଶା ରହିଛି ଯେ ପଞ୍ଜାବୀରେ ମଧ୍ୟ ଫିଲ୍ମ ସାଉଥ ଏବଂ ହିନ୍ଦୀଭଳି ଧମାକା କରିବ ।