Only for Entertainment

ଯାତ୍ରା ସମୟରେ ଏହି ସବୁ ନିୟମ ପାଳନ କରିବା ଉଚିତ, ନଚେତ ଯାତ୍ରା ହୋଇଥାଏ ଅଶୁଭ ।

flashlarevista.com
0 78

ପ୍ରତିଦିନ ସମସ୍ତେ ଯାତ୍ରା କରିଥାନ୍ତି । ଏହା ପୂର୍ବ ଚିନ୍ତିତ ହେଉ କିମ୍ବା ହଠାତ । ଆବଶ୍ୟକତା ଅନୁସାରେ ଏହାକୁ କରିବାକୁୁ ପଡ଼ିଥାଏ । ତେବେ ଯାତ୍ରା କରିବାର ଏକ ଭିନ୍ନ ଆନନ୍ଦ ରହିଥାଏ । କିନ୍ତୁ ଯାତ୍ରା କରିବା ସମୟରେ ଆମେ ଏଭଳି କିଛି କଥା କହିଥାଉ ଯାହା ଆମ ଯାତ୍ରାକୁ ଖରାପ କରିଦିଏ । ତେଣୁ ଏଭଳି କିଛି ଶବ୍ଦ ରହିଛି ଯାହାକୁ ବ୍ୟବହାର କରିବା ଅନୁଚିତ । ବାସ୍ତୁ ଏବଂ ଜ୍ୟୋତିଷରେ ଯାତ୍ରାକୁ ସଫଳ କରିବାକୁ କେତେକ କଥା କୁହାଯାଇଛି । ସେ ସବୁକୁ ଆପଣାଇବା ଦ୍ୱାରା ଯାତ୍ରା ମଙ୍ଗଳ ହୋଇଥାଏ ।

  • ଯାତ୍ରା କରିବା ସମୟରେ କୌଣସି ନକାରାତ୍ମକ ଶବ୍ଦର ବ୍ୟବହାର କରିବା ଅନୁଚିତ । ଏହି ସମୟରେ ଈଷ୍ଟଦେବୀଙ୍କୁ ମନେ ପକାଇବା ଉଚିତ । ବିଶେଷକରି ଗାୟତ୍ରୀ ମନ୍ତ୍ର ଜପ କରିବା ଆବଶ୍ୟକ । ଯାତ୍ରାରେ ଯିବା ପୂର୍ବରୁ କୌଣସି ନଦୀ,ଅଗ୍ନି,ବୟସ ବ୍ୟକ୍ତି, ଦେବୀ ଦେବତା,ମାତା ପିତା ଏବଂ ସ୍ତ୍ରୀ ମାନଙ୍କ ମଜାକ ଉଡ଼ାଇବା ଅନୁଚିତ ଏବଂ ଅପ ଶବ୍ଦ ବ୍ୟବହାର କରିବା ଅନୁଚିତ । ଏଭଳି କରିବା ଦ୍ୱାରା ଯାତ୍ରା ଅମଙ୍ଗଳ ହୋଇଥାଏ ଏବଂ ସଙ୍କଟମୟ ମଧ୍ୟ ।
  • ଯାତ୍ରାରେ ଯିବା ସମୟରେ ଗୋଡ଼କୁ ସିଧା କରି ବାହାର କରିବା ଉଚିତ । ଏହି ସମୟରେ କୌଣସି ଗରିବକୁ ଦାନ କରିବା ମଧ୍ୟ ଶୁଭ ହୋଇଥାଏ । ଗାଈକୁ ସବୁଜ ଚାରା ଖୁଆଇବା ମଧ୍ୟ ଶୁଭ ହୋଇଥାଏ । ଏହା ଦ୍ୱାରା କାର୍ଯ୍ୟ ସମ୍ପନ୍ନ ହୋଇଥାଏ ଏବଂ ଯାତ୍ରା ମଧ୍ୟ ଶୁଭ ହୋଇଥାଏ ।
  • ମଙ୍ଗଳବାର ଦିନ ଉତ୍ତର ଦିଗକୁ ଯାତ୍ରା କରିବାର ଥିଲେ ଗୁଡ଼ ଖାଇ ବାହାରନ୍ତୁ । ବୁଧବାର ଦିନ ଧନିଆ ଖାଇ ବାହାରନ୍ତୁ । ଗୁରୁବାର ଦିନ ଦକ୍ଷିଣ ଦିଗକୁ ଯାତ୍ରା କରିବା ପୂର୍ବରୁ ଦହି ଖାଇ ବାହାରନ୍ତୁ । ଶୁକ୍ରବାର ଦିନ ପଶ୍ଚିମ ଦିଗକୁ ଯାତ୍ରା କରିବା ସମୟରେ ବାର୍ଲି ଖାଇ ବାହାରନ୍ତୁ । ଶନିବାର ଦିନ ପୂର୍ବ ଦିଗକୁ ଯାତ୍ରା କରବା ସମୟରେ ଅଦା ଖାଇ ଯିବା ଦ୍ୱାରା କାର୍ଯ୍ୟ ସଫଳ ହୋଇଥାଏ ଏବଂ ଯାତ୍୍ରା ମଧ୍ୟ ମଙ୍ଗଳ ହୋଇଥାଏ ।
  • ଜରୁରୀ କାର୍ଯ୍ୟରେ ବାହାରିବା ସମୟରେ ବିରାଡ଼ି ଅତିକ୍ରମ କରିବା,କାଉ ମୁଣ୍ଡ ଉପରେ ବସିବା,ଛିଙ୍ଗ ଆସିବା,ସାମ୍ନାରେ ଶବ ଦେଖିବା,କେହି ପିଟିଦେବା ଆଦି ଘଟଣା ଘଟିଲେ ଯାତ୍ରାକୁ କିଛି ସମୟ ପାଇଁ ଟାଳିଦେବା ଉଚିତ । ମୁହଁକୁ ଅଇଁଠା କରି ବାହାରନ୍ତୁ । ଏହା ସହିତ ଜଳ ପାନ କରି ବାହାରିବା ଦ୍ୱାରା ପ୍ରାକୃତିକ ଏବଂ କୃତ୍ରିମ ଦୁର୍ଘଟଣାରୁ ରକ୍ଷା ମିଳିଥାଏ ।
  • ବ୍ରହ୍ମବେବର୍ତ ପୁରାଣାନୁସାରେ ଯାତ୍ରାରେ ବାହାରିବା ସମୟରେ ଆଭୂଷଣ ହୋଇଥିବା ମହିଳା, ପୂର୍ଣ୍ଣ ଗରା ଏବଂ ବାଛୁରୀକୁ ଗାଈ ଦୁଗ୍ଧ ଦେଉଥିବା ଦୃଶ୍ୟ ଦେଖିଲେ ଶୁଭ ହୋଇଥାଏ । ଏହି ପୁରାଣରେ କୁହାଯାଏଯେ ଯଦି ଯାତ୍ରାରେ ଯାଉଥିବା ସମୟରେ ରାଜହଂସ,ଧଳା ଘୋଡ଼ା,ହରି କୀର୍ତ୍ତନ,ଜଳୁଥିବା ନିଆଁ,ଦର୍ପଣ,ମୟୁର,ଶୁଆ,ଶଙ୍ଖ ଆଦି ଦେଖବା ଶୁଭ ହୋଇଥାଏ ।
  • ଜ୍ୟୋତିଷ ଶାସ୍ତ୍ରାନୁସାରେ ସେମାବାର ଓ ଶନିବାର ଦିନ ପୂର୍ବ ଦିଗକୁ ଯାତ୍ରା କରିବା ଶୁଭ ହୋଇନଥାଏ । ସୋମବାର ଏବଂ ଗୁରୁବାର ଦିନ ପୂର୍ବ-ଦକ୍ଷିଣ କୋଣକୁ ଯାତ୍ରା କରିବା ଅନୁଚିତ । ବୁଧବାର ଓ ଶନିବାର ଦିନ ପୂର୍ବ-ଉତ୍ତର ଦିଗକୁ ଯାତ୍ରା କରିବା ଅନୁଚିତ । ରବିବାର ଓ ଶୁକ୍ରବାର ଦିନ ପଶ୍ଚିମ ଦିଗକୁ ଯାତ୍ରା କରିବା ଅନୁଚିତ ।
  • ମଙ୍ଗଳବାର ଓ ବୁଧବାର ଦିନ ଦକ୍ଷିଣ ଦିଗକୁ ଯାତ୍ରା କଲେ ଶାରୀରିକ ଓ ମାନସିକ କଷ୍ଟ ହୋଇଥାଏ । ଗୁରୁବାର ଦିନ ଦକ୍ଷିଣ ଦିଗକୁ ଯାତ୍ରା କରିବା ଦ୍ୱାରା ମୃତ୍ୟ ସମାନ କଷ୍ଟ ହୋଇଥାଏ । ରବିବାରକୁ ପଶ୍ଚିମ ଦିଗକୁ ଯାତ୍ରା କରିବର ଥିଲେ ଦଲିୟା ଖାଇ ବାହାରିବା ଉଚିତ । ସୋମବାର ଦିନ ପୂର୍ବ ଦିଗକୁ ଯାତ୍ରା କରିବାର ଥିଲେ ଦର୍ପଣ ଦେଖି ଖରୁ ବାହାରନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More