Only for Entertainment

ଶାସ୍ତ୍ରରେ ବର୍ଣ୍ଣିତ ରହିଛି ନମସ୍କାର କରିବା

india.com
0 60

ଯେତେବେଳେ ଆପଣ କାହାକୁ ସାକ୍ଷାତ କରନ୍ତି ତାଙ୍କୁ ସମ୍ମାନ ଦେବାଲାଗି ନମସ୍କାର କରିଥାଆନ୍ତି । ଏପରି କରୁଥିବା ଲୋକଙ୍କୁ ସଂସ୍କାରିର ମାନ୍ୟତା ଦିଆଯାଇଥାଏ । ମାତ୍ର ଆପଣ ଜାଣନ୍ତି କି ନମସ୍କାର ପ୍ରକ୍ରିୟାକୁ ଶାସ୍ତ୍ରରେ ମଧ୍ୟ ମାନ୍ୟତା ଦିଆଯାଇଛି । ଆସନ୍ତୁ ଜାଣିବା ଏହା ସମ୍ବନ୍ଧିତ କିଛି ନିଆରା ତଥ୍ୟ-

ଶାସ୍ତ୍ରରେ ୫ପ୍ରକାରର ଅଭିବାଦନ କୁହାଯାଇଛି ସେଥିମଧ୍ୟରୁ ଏକ ପ୍ରକାର ହେଉଛି ନମସ୍ତେ କିମ୍ବା ନମସ୍କାର । ସଂସ୍କୃତରେ ଏହାକୁ ଭାଗ କରିବାଦ୍ୱାରା ଆପଣ ପାଇବେ ଏହି ଦ୍ୱୟ ଶବ୍ଦ ନମଃ ଏବଂ ଅସତେ । ନମଃ ର ଅର୍ଥ ହେଉଛି ନଇଁବା ଏବଂ ଅସତେର ଅର୍ଥ ହେଉଛି ମସ୍ତିଷ୍କ ଅହଂକାର ଏବଂ ଅଭିମାନରେ ପୂର୍ଣ୍ଣ, ଅର୍ଥାତ ମୋର ଅହଂକାର ପୂର୍ଣ୍ଣ ମଥା ଆପଣଙ୍କ ଆଗରେ ଝୁକି ଗଲା । ଏହାର ଆକ୍ଷରିକ ଅର୍ଥ ହେଉଛି ନତ ମସ୍ତକ ହୋଇଯିବା ।

ଆଧ୍ୟାତ୍ମିକ ଦୃଷ୍ଟିରେ ଏହାର ଅର୍ଥ ଗୋଟେ ମନୁଷ୍ୟ ଅନ୍ୟ ମନୁଷ୍ୟ ପାଖରେ ନିଜର ଅହଂକାରକୁ କମ କରିଥାଏ ।
ହାତ ଯୋଡି ନମସ୍କାର କରିବା ପଛରେ ବୈଜ୍ଞାନିକ କାରଣ ରହିଥିବା ଶୁଣିବାକୁ ମିଳିଛି । ଏହାଦ୍ୱାରା ଶରୀରରେ ସକାରାତ୍ମକ ଶକ୍ତି ଦୃତ ବେଗରେ ସଂଚାର ହୋଇଥାଏ ଯାହାଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ ଏବଂ ଆତ୍ମବଳ ପ୍ରାପ୍ତ ହୋଇଥାଏ । ଏହାଦ୍ୱାରା କ୍ରୋଧରେ ନିୟନ୍ତ୍ରଣ ବଢିଥାଏ ଏବଂ ସ୍ୱଭାବରେ ବିନମ୍ରତା ଉତ୍ପନ୍ନ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More