Only for Entertainment

ସୁଟକେସରୁ ମିଳିଲା ଇଂଷ୍ଟାଗ୍ରାମ ସେଲିବ୍ରେଟୀଙ୍କ ଲାସ

punjabkeshari
5,055

ସୋସିଆଲ ମିଡିଆ ତାରକାଙ୍କ ପସନ୍ଦର ପ୍ଲାଟଫର୍ମ ହୋଇ ସାରିଛି ଯେଉଁଠାରେ ସେମାନେ ନିଜର ମତ ସିଧାସଳଖ ରଖି ପାରୁଛନ୍ତି ବା କୌଣସି ସୂଚନା ତାଙ୍କ ଫ୍ୟାନ୍ସଙ୍କ ସହିତ ଶେୟାର କରି ପାରୁଛନ୍ତି । ପ୍ରତ୍ୟେକ ପୋଷ୍ଟ କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଉଛି । ଏହା ଦ୍ୱାରା ସେମାନଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ଲକ୍ଷାଧିକ ହୋଇ କୋଟିରେ ମଧ୍ୟ ପହଂଚି ଯାଉଛି । ସୋସିଆଲ ମିଡିଆ ଫ୍ୟାନ୍ସଙ୍କୁ ସେତେବେଳେ ଝଟକା ଲାଗିଲା ଯେତେବେଳେ ସେଲିବ୍ରେଟୀ ହସିନା ଏକାତାରିନା କାରଗଲାନୋବାଙ୍କ ଗଳା କାଟି ହତ୍ୟା ଘଟଣା ସାମ୍ନାକୁ ଆସିଲା ।

ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କ ଶବ ଏକ ସୁଟକେସରୁ ମିଳିଛି । ଋଷ୍ ର ୨୪ ବର୍ଷୀୟ ଏକତାରିନା ଇଂଷ୍ଟାଗ୍ରାମରେ ଖୁବ ଆକ୍ଟିଭ ରହୁଥିଲେ । ତାଙ୍କୁ ପ୍ରାୟ ୮୫ ହଜାରରୁ ଅଧିକ ଲୋକ ଫଲୋ କରୁଥିଲେ । ନିକଟରେ ସାମ୍ନାକୁ ଆସିଥିବା ମିଡିଆ ରିପୋର୍ଟ ଅନୁସାରେ ଏକତାରିନାଙ୍କ ମା ବାପାଙ୍କୁ ମସ୍କୋରେ ଥିବା ତାଙ୍କ ଆପାର୍ଟମେଂଟରେ ଏକ ସୁଟକେସ ମିଳିଲା ଯେଉଁଥିରେ ତାଙ୍କ ଝିଅର ଶବ ଥିଲା ।

ଖବର ପାଇଁ କହିରଖୁଛୁ ତାଙ୍କୁ ଗଳାକାଟି ହତ୍ୟା କରାଯାଇଛି । ନିକଟରେ ଏହି ଇଂଷ୍ଟାଗ୍ରାମ ସେଲିବ୍ରେଟୀଙ୍କୁ ଡାକ୍ତରୀ ଡିଗ୍ରୀ ମିଳିଥିଲା । ପୋଲିସର କହିବା ଅନୁସାରେ ସିସିଟିଭି ଫୁଟେଜରେ ଏକତାରନାଙ୍କ ଘର ନିକଟରେ ତାଙ୍କ ବଏଫ୍ରେଣ୍ଡକୁ ଦେଖିବାକୁ ମିଳିଛି । ଏବେ ଏହାର ଯାଂଚ ଚାଲିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More