କରୀନାଙ୍କ ଏକ୍ସ ବଏଫ୍ରେଣ୍ଡ ଶାହିଦଙ୍କ ଚ୍ୟାଲେଂଜର କିଭଳି ପ୍ରତିକ୍ରିୟା ଦେବେ ପତି ସୈଫ?
ମୁମ୍ବାଇ : ବଲିଉଡ୍ ଅଭିନେତା ଶାହିଦ୍ କପୁର ଏବଂ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏକା ସାଙ୍ଗରେ ଶେଷଥର ପାଇଁ ଫିଲ୍ମ ‘ରଙ୍ଗୁନ୍’ରେ କାମ କରିଥିଲେ । ଏହି ଫିଲ୍ମ ପରେ ଦୁହିଁଙ୍କୁ ସାଥୀରେ ଦେଖିବାକୁ ପାଇ ନ ଥିଲେ ଦର୍ଶକେ । ଏବେ ଶାହିଦ୍ ସୈଫ୍ଙ୍କୁ ଏକ ଚ୍ୟାଲେଞ୍ଜ ଦେଇଥିବାରୁ ଦୁହିଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଶାହିଦ୍ଙ୍କ ଏହି ଚ୍ୟାଲେଞ୍ଜକୁ ଜାଣି ତାଙ୍କର ପୂର୍ବ ପ୍ରେମିକା ତଥା ଅଭିନେତ୍ରୀ କରୀନା କପୁର ଖାନ୍ କ’ଣ ପ୍ରତିକ୍ରିୟା ରଖୁଛନ୍ତି ସେ ନେଇ ଏବେ ଲୋକମାନେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ,ଏକ ସାକ୍ଷାତକାରରେ ଶାହିଦ୍ଙ୍କୁ ସେ କାହିଁକି ଦାଢ଼ୀ ବଢ଼ାଇଛନ୍ତି ବୋଲି ପଚରା ଯାଇଥିଲା । ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ‘ମୋ ଆଗାମୀ ଫିଲ୍ମରେ ମୋତେ ଏହି ଲୁକ୍ରେ ଆସିବାକୁ ଥିବାରୁ ମୁଁ ଦାଢ଼ୀ ବଢ଼ାଉଛି । କିନ୍ତୁ କିଛି ଦିନ ତଳେ ସୈଫ୍ଙ୍କ ଏକ ଫଟୋ ମୁଁ ସୋସିଆଲ ମିଡ଼ିଆରେ ଦେଖିଲି । ତାଙ୍କ ଦାଢ଼ୀ ମୋ ଠାରୁ ଅଧିକ ବଡ଼ ଏବଂ ଭଲ ଦିଶୁଛି । ମୋତେ ଏବେ ମୋ ଦାଢ଼ୀକୁ ଆହୁରି ବଢ଼ାଇବାର ଅଛି । ହୋଇପାରେ ସୈଫ୍ଙ୍କଠାରୁ ଆହୁରି ବଡ଼ କରି ପାରିବି । ସୈଫ୍ଙ୍କୁ ମୋର ଏହା ଚ୍ୟାଲେଞ୍ଜ । ସେ ମୋ ଠାରୁ ବଡ଼ ଦାଢ଼ୀ କରି ଦେଖାନ୍ତୁ।’
ତେବେ ଶାହିଦ୍ଙ୍କ ଏହି ଚ୍ୟାଲେଞ୍ଜକୁ ନେଇ ଉଭୟ ସୈଫ୍ ଏବଂ କରୀନା କ’ଣ ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା ।