ଯୋଦ୍ଧପୁରରେ ସଲମାନଙ୍କ ରେସ ଥ୍ରି,ସାଇକେଲ ଚଲାଇ କଲେ ମସ୍ତୀ । ଭିଡିଓ ଭାଇରାଲ ।
ରେସ ଥ୍ରିର ସୁଟିଂ ପାଇଁ ସଲମାନ ଖାନ ଶୁକ୍ରବାର ସଂଧ୍ୟାରେ ଜେସଲମେରରେ ପହଂଚିଲେ । ଶନିବାର ଦିନ ଫ୍ରି ସମୟରେ ଟିମ୍ର ସଦସ୍ୟଙ୍କ ସହିତ ସାଇକେଲ ଚଲାଇ ମସ୍ତୀ କରୁଥିବାର ନଜର ଆସିଲେ । ସାଇକେଲ ଚଲାଇ ସାରିବା ପରେ ସିଧାସଳଖ ହେଟେଲ ସୂର୍ଯ୍ୟାଗଢରେ ପହଂଚିଲେ ।
ସଲମାନ ଖାନଙ୍କ ଫିଲ୍ମ ରେସ ଥ୍ରି ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହାର ଟ୍ରେଲର ୧୫ ମଇକୁ ଦେଖିବାକୁ ମିଳିବ । ତେବେ ସଲମାନଙ୍କ ସାଇକେଲିଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆପଣ ମଧ୍ୟ ଦେଖନ୍ତୁ ଭିଡିଓ ।