ଶେଷ ସମୟରେ ବଦଳିଲା ସଲମାନଙ୍କ ଫିଲ୍ମର ନାଁ , ଟ୍ୱିଟ ଜରିଆରେ ଦେଲେ ଖବର !
ସଲମାନ ଖାନଙ୍କ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଆୟୁଷ ଶର୍ମା ଏବଂ ବରୀନା ହୁସେନ ଡେବ୍ୟୁ ଫିଲ୍ମ ‘ଲବରାତ୍ରୀ’ ନିଜର ଘୋଷଣା ପରଠାରୁ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମେ ଏହି ଫିଲ୍ମର କାଷ୍ଟିଂ କୁ ନେଇ ଅନେକ ଭଳିକି ଭଳି ଖବର ସାମ୍ନାକୁ ଆସିଥିଲା ଏବଂ କିଛି ଦିନ ହେବ ଏହି ଫିଲ୍ମର ଟାଇଟଲକୁ ନେଇ ଏବେ ବିବାଦ ଚାଲିଥିଲା ।
ଅସଲରେ ଏହି ଫିଲ୍ମ ଲଭରାତ୍ରୀର ଟ୍ରେଲର ରିଲିଜ ହେବା ପରେ ଏକ ଧାର୍ମିକ ସଂଗଠନର ମୁଖ୍ୟ ବୟାନ ଦେଇଥିଲେ ଯେ ଏହି ଫିଲ୍ମର ଟାଇଟଲ ଏକ ସ୍ୱତନ୍ତ୍ର ଶ୍ରେଣୀର ଭାବନାକୁ ଆହତ ଦେଉଛି । କଥା ସେତେବେଳେ ବିଗିଡି ଗଲା ଯେତେବେଳେ ମୁଜଫରପୁର, ବିହାର ଅଦାଲତରେ ସଲମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ଲାଗି ଆଦେଶ ଦିଆଗଲା ।
This is not a spelling mistake… #loveyatri #lovetakesover…@SKFilmsOfficial @aaysharma @Warina_Hussain @abhiraj21288 @TSeries pic.twitter.com/WcI5tbXkke
— Salman Khan (@BeingSalmanKhan) September 18, 2018
ଏହି ସବୁକୁ ନଜର ରଖି ଶେଷରେ ସଲମାନ ଖାନ ଏବଂ ତାଙ୍କ ପ୍ରଡକ୍ସନ ହାଉସ ଫିଲ୍ମର ନାଁ ବଦଳାଇବା ଲାଗି ବାଧ୍ୟ ହେଲେ । ଗତକାଲି ରାତିରେ ସଲମାନ ନିଜ ଟ୍ୱିଟ ମାଧ୍ୟମରେ କରି ଫିଲ୍ମର ନାଁ ବଦଳାଇ ଥିବା ଜଣାଛନ୍ତି । ଫିଲ୍ମର ନାଁ ବଦଳାଇ ‘ଲବରାତ୍ରୀ’ ବଦଳରେ ‘ଲବୟାତ୍ରୀ’ ରଖାଯାଇଛି ।
ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମର ନାଁ ବଦଳାଇବା ନିଷ୍ପତ୍ତି ସଲମାନ ଖାନଙ୍କ କହିବା ମୁତାବକ ହୋଇଛି । ସେମିତିବି ଫିଲ୍ମର ଅନେକ ଭାଗ ଗୁଜୁରାଟରେ ସୁଟ ହୋଇଛି । ଏହିକାରଣରୁ ସଲମାନ ଚାହାନ୍ତି ନାହିଁ ତାଙ୍କ ଫିଲ୍ମ ପାଇଁ କୌଣସି ବର୍ଗର କେହି ଆହତ ହୁଅନ୍ତୁ । ସଲମାନ ଲୋକଙ୍କୁ ଭାବନାକୁ ଆଖି ଆଗରେ ରଖି ଫିଲ୍ମର ର୍ନାଁ ବଦଳାଇ ଦେଇଛନ୍ତି ।