Only for Entertainment

ସୋନା ମହାପାତ୍ରଙ୍କୁ ସଲମାନଙ୍କ ପ୍ରଶଂସକ ଦେଲେ ହତ୍ୟା ଧମକ

google
22

ବଲିଉଡ୍‌ ଅଭିନେତ ସଲମାନଙ୍କୁ ନେଇ ବିବାଦୀୟ ବୟାନ ଦେବାରୁ ସଲମାନଙ୍କ ଜଣେ ପ୍ରଶଂସକ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ହତ୍ୟା ଧମକ ଦେଇଥିବା ଜଣା ପଡ଼ିଛି । ଧମକ ଦେଇଥିବା ବ୍ୟବହାକାରୀଙ୍କ ସ୍କ୍ରିନ୍‌ସଟ୍‌ ନେଇ ସୋନା ମହାପାତ୍ର ଟୁଇଟର ସେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଛି ।

ସ୍କ୍ରିନ୍‌ସଟ୍‌ ସେୟାର କରି, “ଏଭଳି ମେସେଜ ମୋ ପାଖକୁ ସବୁବେଳେ ଆସୁଛି । ଏଭଳି ମେସେଜ ସେ ହିରୋଙ୍କ ଫଲଓ୍ଵର୍ସମାନଙ୍କ ତରଫରୁ ଆସୁଛି, ଯାହାର ବ୍ୟବହାର ବହୁତ ଖରାପ” ବୋଲି ଲେଖିଥିଲେ ସୋନା ।


ସୂଚନା ମୁତାବକ କିଛି ଦିନ ତଳେ ସଲମାନ, “ଭାରତକୁ ଛାଡ଼ି ସେ ଆମେରିକାର ନିକ୍‌ଙ୍କୁ ବାଛିଲେ । ସେ ସାରା ଜୀବନ ଏଠାରେ ପରିଶ୍ରମ କଲେ । କିନ୍ତୁ ବଡ଼ ବଜେଟ ଫିଲ୍ମ ମିଳିବା ବେଳକୁ ସେ ଏହାକୁ ଛାଡ଼ି ବିବାହ କରିନେଲେ । କିଛି ଲୋକ ଫିଲ୍ମ ପାଇଁ ନିଜ ସ୍ୱାମୀଙ୍କୁ ଛାଡ଼ି ଦିଅନ୍ତି” ବୋଲି କହିଥିଲେ । ଯାହା ପରେ ସୋନା ମହାପାତ୍ର ସଲମାନଙ୍କୁ ନେଇ ବିବାଦୀୟ ଟୁଇଟ୍‌ କରିଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More