Only for Entertainment

‘ରେସ-୩’ର ପ୍ରଥମ ଗୀତ ‘ହିରିୟେ’ ରିଲିଜ, ପୁଣିଥରେ ଧୁମ ମଚାଇଲା ଜ୍ୟାକଲିନଙ୍କ ପୋଲ ଡ୍ୟାନ୍ସ

Celebrities Images & Photos Download
0 64

ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ରେସ-୩’ର ପ୍ରଥମ ଗୀତ ‘ହିରିୟେ’ ରିଲିଜ ହୋଇଛି । ଫିଲ୍ମର ଏହି ଗୀତରେ ସଲମାନ ଖାନ ଏବଂ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଏକ ଡିସ୍କୋରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଗୀତରେ ସଲମାନ ଖାନ କିଛି ମାତ୍ରାରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିବା ବେଳେ ଜ୍ୟାକଲିନ ପୁଣିଥରେ ପୋଲ ଡ୍ୟାନ୍ସ କରି ନଜର ଜଲୱା ଦେଖାଇଛନ୍ତି । ଜ୍ୟାକଲିନଙ୍କ ପୋଲ ଡ୍ୟାନ୍ସ ଗୀତକୁ ଆଉ ଏକ ସ୍ତରକୁ ନେଇଯାଇଛି ।

ରେସ-୩ର ଏହି ଗୀତକୁ ମ୍ୟୁଜିକ ଦେଇଛନ୍ତି ମିତ ବ୍ରଦର୍ସ ଏବଂ ଏହି ଗୀତରେ କଣ୍ଠଦାନ କରିଛନ୍ତି ପଂଜାବୀ ସିଙ୍ଗର ଦୀପ ମନୀ ଏବଂ ନେହା ଭସିନ । ଦୁଇ ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଏହା ବର୍ତ୍ତମାନ ୟୁ-ଟ୍ୟୁବରେ ଟ୍ରେଣ୍ଡ କରୁଛି । ତେବେ ରେସ-୩ ଏହି ପ୍ରଥମ ଗୀତ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ଦେଖନ୍ତୁ ସଂପୂର୍ଣ୍ଣ ଗୀତ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More