ଭାରତ ସେଟରୁ ଆସିଲା ସଲମାନଙ୍କ ନୂଆ ଲୁକ ।
ବଲିଉଡ ଆକ୍ଟର ସଲମାନ ଖାନ ଏବଂ ଅଲି ଅବାସ ଜଫରଙ୍କ ନିର୍ଦ୍ଦେଶିତ ଫିଲ୍ମ ଭାରତର ସୁଟିଂ ଶେଷ ହୋଇସାରିଛି । ଏହି ଫିଲ୍ମ ଏହି ବର୍ଷ ଇଦରେ ରିଲିଜ ହେବ । ଫିଲ୍ମରୁ ସଲମାନଙ୍କ ଏକ ଲୁକ ସାମ୍ନାକୁ ଆସିଛି ।
ସଲମାନଙ୍କ ଏହି ଫିଲ୍ମକୁ ଫିଲ୍ମ ନିର୍ମାତା ଅତୁଲ ଅଗ୍ନିହୋତ୍ରୀ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଫଟୋରେ ଭାଇଜାନ ଧଳା ରଙ୍ଗର କର୍ତ୍ତା- ପାଇଜାମା ସହିତ କଳା ରଙ୍ଗର ସନଗ୍ଲାସରେ ନଜର ଆସିଛନ୍ତି ।
କହିରଖୁଛୁଯେ ଫିଲ୍ମର ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ, ସୁନିଲ ଗ୍ରୋଭର ଆଦି ମୁଖ୍ୟ ଚରିତ୍ରରେ ନଜର ଆସିବେ ।