Only for Entertainment

‘ବିଗ ବସ’ ପାଇଁ ଖୁବ ପରିଶ୍ରମ କରୁଛନ୍ତି ସଲମାନ ଖାନ, ଚେଞ୍ଜ କଲେ ନିଜର ଲୁକ ।

MensXP
0 28

ସୁପରଷ୍ଟାର ସଲମାନ ଖାନ କେବଳ ବଡ ପରଦାରେ ନୁହଁନ୍ତି ଛୋଟ ପରଦାରେ ମଧ୍ୟ ଖୁବ ସକ୍ରିୟ । ସଲମାନ ଏବେ ନିଜର ଆଗାମୀ ଫିଲ୍ମ ଭାରତର ସୁଟିଂ କରୁଥିବା ବେଳେ ନିକଟରେ ଟିଭିରେ ପ୍ରସାରିତ ହେଉଥିବା କ୍ୱିଜ ଶୋ ‘୧୦ କା ଦମ’କୁ ଶେଷ କରିଛନ୍ତି । ଏହା ପରେ ସେ କଲର୍ସ ଟିଭିରେ ପ୍ରସାରିତ ହେବାକୁ ଥିବା ରିୟଲିଟି ଶୋ ‘ବିଗ ବସ-୧୨’ରେ ହୋଷ୍ଟ କରିବାକୁ ଯାଉଛନ୍ତି ।

ସଲମାନ ବିଗ ବସର ଅନେକ ସିଜିନ ହୋଷ୍ଟ କରିଛନ୍ତି । ‘ବିଗ ବସ -୧୨’ର ଗ୍ରାଣ୍ଡ ପ୍ରିମିୟମ ୧୬ ସେପ୍ଟେମ୍ବର ରବିବାର ପ୍ରସାରଣ କରାଯିବ । ଶୋକୁ ହୋଷ୍ଟ କରିବା ପାଇଁ ସଲମାନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଶୁକ୍ରବାର ସଲମାନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ କିଛି ଘଣ୍ଟା ମଧ୍ୟରେ ୧୧ ଲକ୍ଷରୁ ଅଧିକ ଲାଇକ ମିଳିସାରିଛି । ଫଟୋରେ ସଲମାନ ଖୁବ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ।

 

View this post on Instagram

 

This is how I am preparing for Bigg Boss season 12 #BB12

A post shared by Salman Khan (@beingsalmankhan) on

ଫଟୋରେ କ୍ୟାପସନରେ ସଲମାନ ଲେଖିଛନ୍ତି, ଏହିପରି ଭାବେ ମୁଁ ବିଗ ବସ-୧୨ ପାଇଁ ପ୍ରସ୍ତୁତ ହେଉଛି । ଫଟୋରେ ସଲମାନ ମସ୍କୁଲାର ଦେଖାଯିବା ସହିତ ବଡି ଉପରେ ଖୁବ କାମ କରିଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More