Only for Entertainment

ଗର୍ଲଫ୍ରେଣ୍ଡ ଘର ଆଲମାରୀରେ ଲୁଚିଥିଲେ ସଲମାନ ଖାନ, ପ୍ୟାରେଣ୍ଟସ ଦେଖିବା ପରେ….

you tube
0 51

ସଲମାନ ଖାନଙ୍କ ଜୀବନ ଖାସ କରି ତାଙ୍କ ପର୍ସନାଲ ଲାଇଫ ଖୁବ ମଜାଦାର ରହିଛି । ନିକଟରେ ସଲମାନ ଖାନ ନିଜ ପର୍ସନାଲ ଲାଇଫର ଏକ ମଜାଦାର କାହାଣୀ ଦଶ କା ଦମ ସେଟରେ ସେୟାର କରିଛନ୍ତି । ଗର୍ଲଫେଣ୍ଡଙ୍କ ଘରର ଆଲମାରୀରେ ଲୁଚିଥିବା ବେଳେ କିପରି ଧରାପଡିଥିଲେ ତାହା ସଲମାନ ସେୟାର କରିଛନ୍ତି ।

ଶୋ’ର ସେଟରେ ସଲମାନ କହିଥିଲେ ଗୋଟିଏ ଥର ମୋ ଏକ୍ସ ଗର୍ଲଫ୍ରେଣ୍ଡର ପ୍ୟାରେଣ୍ଟସ ମୋତେ ଧରିଦେଇଥିଲେ । ସଲମାନ କହିଥିଲେ, ‘ମୁଁ ମୋ ଏକ୍ସ ଗର୍ଲଫ୍ରେଣ୍ଡର ଘରେ ଥିବା ବେଳେ ହଠାତ ତାଙ୍କ ପ୍ୟାରେଣ୍ଟସ ଆସିଯାଇଥିଲେ । ତେଣୁ ଆଲମାରୀରେ ଲୁଚିବା ଛଡା ମୋର ଆଉ କିଛି ଉପାୟ ନଥିଲା । ସବୁ କିଛି ଠିକ ଥିଲା କିନ୍ତୁ ମୋର ଗୋଟିଏ ଭୁଲ ମୋ ପୋଲ ଖୋଲିଦେଇଥିଲା । ମୋତେ ସେ ସମୟରେ ଜୋରରେ ଛିିଙ୍କ ଆସିଥିଲା । କିନ୍ତୁ ମୋ ଭାଗ୍ୟ ଭଲ ଥିଲା ଗର୍ଲଫ୍ରେଣ୍ଡର ପ୍ୟାରେଣ୍ଟସ ମୋତେ ପସନ୍ଦ କରୁଥିଲେ । ଏହିପରି ଅନେକ ଯୁବକଙ୍କ ସହିତ ହୋଇଥିବ ।’

କହିରଖୁଛୁ ଯେ, ‘ସ୍ତ୍ରୀ’ର ପ୍ରମୋଶନ ପାଇଁ ଆସିଥିବା ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ସାମ୍ନାରେ ସଲମାନ ଏହି ରାଜ ଖୋଲିଥିଲେ । ସଲମାନଙ୍କ ପରେ ରାଜକୁମାର ମଧ୍ୟ ତାଙ୍କର ଏକ୍ସପିରିଏନ୍ସ ସେୟାର କରିଥିଲେ । ସେ କହିଥିଲେ ଗର୍ଲଫ୍ରେଣ୍ଡର ପ୍ୟାରେଣ୍ଟସ ହଠାତ ଆସିବାରୁ ମୋତେ ମଧ୍ୟ ଗର୍ଲଫ୍ରେଣ୍ଡର ବାଲକୋନିରେ ୨ ଘଣ୍ଟା ପର୍ଯ୍ୟନ୍ତ ଲୁଚିବାକୁ ପଡିଥିଲା ।

ଏହା ପୂର୍ବରୁ ସଲମାନ ମଧ୍ୟ କହିଥିଲେ ସେ ତାଙ୍କ ସ୍କୁଲ ଟିଚରଙ୍କ ସହିତ ଫ୍ଲର୍ଟ କରୁଥିଲେ । ସଲମାନଙ୍କର ଏହି ମଜାଦାର ଖୁଲାସା ଦର୍ଶକଙ୍କୁ ଖୁବ ଏଣ୍ଟରଟେନ କରୁଥିବା ନଜର ଆସିଛି । ରାଜ କୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସ୍ତ୍ରୀ’ ବିଷୟରେ କହିବାକୁ ଗଲେ ଫିଲ୍ମ ୩୧ ଅଗଷ୍ଟରେ ରିଲିଜ ହେବ । ଏହା ଏକ ହରର କମେଡି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More