Only for Entertainment

ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡରେ ଦେଖିଲେ ଭାରତ, ସଲମାନ ଖାନ କହିଲେ ଧନ୍ୟବାଦ !

30

ନିକଟରେ ରିଲିଜ ହୋଇଥିବା ଫିଲ୍ମ ଭାରତ ବକ୍ସଅଫିସରେ ଭଲ ପ୍ରଦର୍ଶନ କରିବାରେ ଲାଗିଛି । ଫିଲ୍ମକୁ ଦର୍ଶକଙ୍କର ମିଳାମିଶା ପ୍ରତିକ୍ରିୟା ମିଳିଛି କିନ୍ତୁ ଏହାର ବ୍ୟବସାୟ ଅନେକ ରେକର୍ଡ କରିସାରିଲାଣି ।

ସଲମାନଙ୍କ ଫ୍ୟାନ୍ସଙ୍କ ପାଇଁ ଏହି ଫିଲ୍ମ କୌଣସି ଟ୍ରିଟ ଠାରୁ କମ ନୁହେଁ । ସେମାନଙ୍କୁ ଫିଲ୍ମ ଖୁବ ପସନ୍ଦ ଆସିଛି , ହୁଏତ ଏହି କାରଣରୁ ଭାରତୀୟ କ୍ରିକେଟ ଟିମ ମଧ୍ୟ ସଲମାନଙ୍କ ଫିଲ୍ମ ବିଦେଶର ଏକ ଥିଏଟରରେ ଦେଖିବାକୁ ପହଂଚିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ବିଶ୍ୱକପ କାରଣରୁ ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡରେ ଅଛନ୍ତି । ନିକଟରେ ଏହି ଟିମର ଖେଳାଳୀ କେଦାର ଯାଦବ ନିଜ ଟ୍ୱିଟର ଅକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋ ଶେୟାର କରି କେଦାର ଲେଖିଛନ୍ତି ଯେ ‘ଭାରତ କେ ଟିମ ଭାରତ କେ ବାଦ ଅର୍ଥାତ ଭାରତ ଟିମ ଭାରତ ଫିଲ୍ମ ପରେ ।’

ଫଟୋକୁ ୟୁଜର୍ସ ଖୁବ ପସନ୍ଦ କରୁଛନ୍ତି । ଏହାପରେ ସଲମାନ ମଧ୍ୟ ଟ୍ୱିଟରରେ ଧନ୍ୟବାଦ ଜଣାଇ ଆଗାମୀ ମ୍ୟାଚ ପାଇଁ ଶୁଭକାମନା ଜଣାଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ସଲମାନଙ୍କ ଫିଲ୍ମ ପ୍ରଥମ ଦିନ ପାଖାପାଖି ୪୨କୋଟି ବ୍ୟବସାୟ କରି ରେକର୍ଡ କରିଥିଲା । କ୍ରିକେଟ ମ୍ୟାଚ ସତ୍ୱେ ମଧ୍ୟ ଇଦ୍ରେ ସଲମାନଙ୍କ ଏହି ଉପହାର ଲୋକମାନେ ଗ୍ରହଣ କରି ଫିଲ୍ମ ଦେଖିବାକୁ ସିନେମା ହଲରେ ପହଂଚିଥିଲେ ।

ଫିଲ୍ମ ୫ମ ଦିନରେ ଅର୍ଥାତ ରବିବାର ୨୬କୋଟ ବ୍ୟବସାୟ କରିଥିଲା ଏବଂ ଏହାସହ ପ୍ରଥମ ୱିକେଣ୍ଡରେ ଫିଲ୍ମର ବ୍ୟବସାୟ ୧୪୪.୨୫କୋଟି ପର୍ଯ୍ୟନ୍ତ ପହଂଚିଛି । ପ୍ରଥମ ସୋମବାରର ବ୍ୟବସାୟ ସହ ଭାରତର ବ୍ୟବସାୟ ପାଖାପାଖି ୧୫୩,୨.୦୦,୦୦୦ଟଙ୍କା ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More