Only for Entertainment

‘ନାଗୀନ ୩’ ଅଭିନେତ୍ରୀ ସୁରଭି ଜ୍ୟୋତିଙ୍କ ସହିତ ‘ବିଗ ବସ ୧୩’ର ଦ୍ୱିତୀୟ ପ୍ରୋମୋ ସୁଟ କରିବେ ସଲମାନ !

latestly
37

ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ରିଅଲିଟି ଶୋ’ ‘ବିଗ ବସ ୧୩’ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଏକ୍ସାଇଟମେ ଣ୍ଟ ବଢିବାରେ ଲାଗିଛି । ଏହି ଶୋ’ରେ ପ୍ରତିବର୍ଷ ନୂଆ ନୂଆ ଥିମ ଦେଖିବାକୁ ମିଳେ । ଆଶା କରାଯାଇଛି ଚଳିତ ବର୍ଷ ହରର ଥିମ ଦେଖିବାକୁ ମିଳିବ ।

ନିକଟରେ ବିଗ ବସ ୧୩କୁ ନେଇ ଏକ ନୂଆ ଖବର ଶୁଣିବାକୁ ମିଳିଛି । ବିଗ ବସ ସହ ଜଡିତ ଖବର ସେୟାର କରୁଥିବା ଟ୍ୱିଟର ହ୍ୟାଣ୍ଡେଲ ନିକଟରେ ଅଭିନେତ୍ରୀ ସୁରଭି ଜ୍ୟୋତି ଏବଂ ସଲମାନ କାନଙ୍କ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଦୁଇ ଜଣ କଳାକାରଙ୍କୁ ଟ୍ରେଡମିଲରେ ଦେଖିବାକୁ ମିଳିଛି । ଫଟୋରେ ସୁରଭିଙ୍କ ହାତରେ ଫୁଲ ଗୁଚ୍ଛା ଦେଖିବାକୁ ମିଳିଛି । ଏହା ସହି ତ ଫଟୋରେ ସୂଚନା ଦିଆ ଯାଇଛି ଯେ, ସଲମାନଙ୍କ ବିଗ ବସ ୧୩ର ପ୍ରୋମୋ ସୁରଭିଙ୍କ ସହିତ ସୁଟ କରିବେ ।

କହିରଖୁଛୁ ଯେ, ଚଳିତ ସିଜିନରେ କମନର ନୁହଁନ୍ତି ବରଂ ଅନେକ ଗୁଡିଏ ସେଲିବ୍ରିଟି ନଜର ଆସିବେ । ବିଗ ବସକୁ ନେଇ ସୁରଭିଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ବିଗ ବସ ୧୩ ସେ ନଜର ଆସିବେ ନାହିଁ । କିନ୍ତୁ ମେକର୍ସ ସୁରଭିଙ୍କୁ ଆପେରାଚ କରିଛନ୍ତି ବୋଲି ଶୁଣିବାକୁ ମିଳୁଛି ।

ସଲମାନଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଏବେ ଦବଙ୍ଗ ୩ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସଲମାନଙ୍କ ଅପୋଜିଟରେ ସେନାକ୍ଷୀ ସିହ୍ନା ନଜର ଆସିବେ । ଫିଲ୍ମ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More