Only for Entertainment

ସଂଜୟଙ୍କ ଫିଲ୍ମରେ ନଜର ଆସିବେ ଭାଇଜାନ ।

Bollyworm
0 46

ସୁପରଷ୍ଟାର ସଲମାନ ଖାନଙ୍କ ହାତରେ ରହିଛି ଏକାଧିକ ପ୍ରୋଜେକ୍ଟ । ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ଭଂସାଳିଙ୍କ ଆଗାମୀ ଫିଲ୍ମରେ ସେ ନଜର ଆସିବେ ବୋଲି ଜଣା ପଡ଼ିଛି । ବର୍ତ୍ତମାନ ସଲମାନଙ୍କ ହାତରେ ଭାରତ, ଦବଙ୍ଗ-୩, ଧୁମ-୪ ପରି ବଡ ବଡ ଫିଲ୍ମ ରହିଛି । ପ୍ରାୟ ୧୧ ବର୍ଷ ତଳେ ସଞ୍ଜୟଙ୍କ ‘ସାୱାରିୟା’ ଫିଲ୍ମରେ ସଲମାନ ଅତିଥି କଳାକାର ଭାବେ ନଜର ଆସିଥିଲେ । ସଲମାନ ଏବେ ‘ଭାରତ’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାର ସୁଟିଂ ସରିଲା ପରେ ସେ ‘ଦବଙ୍ଗ-୩’ ଫିଲ୍ମର ସୁଟିଂ କରିବେ । ଏହାପରେ ସଞ୍ଜୟଙ୍କ ଆଗାମୀ ଫିଲ୍ମରେ ସୁଟିଂ କରିବେ ବୋଲି ଶୁଣିବାକୁ ମିଳିଛି ।

Salman-Khan-and-Sanjay-Leela-Bhansali

ଫିଲ୍ମଟିକୁ ୨୦୨୦ରେ ରିଲିଜ କରିବା ପାଇଁ ସ୍ଥିର କରିଛନ୍ତି ସଞ୍ଜୟ । ଫିଲ୍ମଟିର ଟାଇଟଲ ସ୍ଥିର କରାଯାଇ ନଥିବା ବେଳେ ‘ଇନସାଲା’ ରଖିବେ ବୋଲି ଶୁଣିବାକୁ ମିଳୁଛି । ନିକଟରେ ରିଲିଜ ହୋଇଥିବା “ରେସ-୩’ ଫିଲ୍ମଟି ବ୍ୟବସାୟରେ ଭଲ ସଫଳତା କରିନଥିଲେ ମଧ୍ୟ ତଥାପି ସଲମାନ ଫିଲ୍ମ ନିର୍ମାତାଙ୍କ ପ୍ରିୟ ପାଲଟିଛନ୍ତି ।

ସେହିପରି ସଂଜୟଙ୍କ ବିଷୟରେ କହିବାକୁ ଗଲେ ତାଙ୍କର ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ପଦ୍ମାବତ’ ସୁପହିଟ ହୋଇଥିଲା । ଫିଲ୍ମ ୩୦୦ କୋଟି ଆୟ କରି ରେକର୍ଡ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More