Only for Entertainment

୨୪ ବର୍ଷ ପରେ ସଲମାନ ମାଧୁରୀଙ୍କ ସହିତ ଦୋହରାଇଲେ ଏହି ଫେମସ ସିନ ।

amarujala
0 55

ସଲମାନ ଖାନ ଏବଂ ମାଧୁରୀ ଦିକ୍ଷୀତ ଯଦିଓ କମ ଫିଲ୍ମରେ ଏକା ସାଙ୍ଗରେ କାମ କରିଛନ୍ତି ତଥାପି ଅନ ସ୍କ୍ରିନରେ ଦୁଇଜଣଙ୍କ ଯୋଡ଼ି ଏବେ ମଧ୍ୟ ସୁପରହିଟ । ସଲମାନ ଏବେ ରେସ ଥ୍ରିର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି କାରଣରୁ ସେ ରିଆଲିଟି ଶୋ ଡ୍ୟାନ୍ସ ଦିୱାନେରେ ପହଂଚିଥିଲେ । ଯେଉଁଠାରେ ମାଧୁରୀ ଜଜ କରୁଛନ୍ତି । ଏହି ମଧ୍ୟରେ ଏଭଳି କିଛି ହେଲା ଯାହାକୁ ଦେଖି ଆପଣ ୨୪ ବର୍ଷ ପଛକୁ ଫେରିଯିବେ ।

 


ସଲମାନ ଜ୍ୟାକଲିନଙ୍କ ସହିତ ଖୁବ ଡ୍ୟାନ୍ସ କଲେ । ପ୍ରତିଯୋଗୀ ମାନଙ୍କ ସହିତ ମଧ୍ୟ । କିନ୍ତୁ ସେହି ସମୟରେ ପ୍ରତିଯୋଗୀ କିଛି ଏଭଳି କହିଲେଯେ ସଲମାନଙ୍କୁ ମାଧୁରୀଙ୍କ ସହିତ ଷ୍ଟେଜକୁ ଆସିବାକୁ ପଡ଼ିଲା ।

 


ଜଣେ ମହିଳା ଷ୍ଟେଜରେ ସଲମାନ ଏବଂ ମାଧୁରୀଙ୍କ ଗୀତ ‘ମେରା ପିୟା ଘର ଆୟା ଓ ରାମ ଜୀ’ ଗୀତରେ ଡ୍ୟାନ୍ସ କରିଥିଲେ । ସେ ସେହି ସମୟରେ ତାଙ୍କର ଏବଂ ତାଙ୍କ ପତିଙ୍କର ଏକ ଫଟୋ ଦେଖାଇଲେ । ଯେଉଁଥିରେ ସେ ‘ହମ ଆପ କେ ହୈ କୌନ’ର ଏକ ଫେମସ ଦୃଶ୍ୟ ଭଳି ତାଙ୍କ ସ୍ୱାମୀଙ୍କ ସହିତ ସେହି ପୋଜରେ ଫଟୋ ଉଠାଇଥିଲେ । ଏହାପରେ ସଲମାନ ଏବଂ ମାଧୁରୀ ଷ୍ଟେଜକୁ ଆସି ପୁଣିଥରେ ୨୪ ବର୍ଷର ପୁରୁଣା ସିନକୁ ଦୋହରାଇଥିଲେ ।

ଫିଲ୍ମ ‘ହମ ଆପକେ ହୈ କୌନ’ ୧୯୯୪ରେ ରିଲିଜ ହୋଇଥିଲା ଏବଂ ଖୁବ ସୁପରହିଟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More