ଆଜି ମଧ୍ୟ ବେଲଣା କାଠିରେ ମାଡ଼ ଖାଆନ୍ତି ସଲମାନ ।
ବିଶ୍ୱ ମାତୃତ୍ୱ ଦିବସ ଅବସରରେ ସମସ୍ତେ ନିଜ ନିଜର ମା’ମାନଙ୍କୁ ଶୁଭେଚ୍ଛା ସହ ଉପହାର ଦେଉଥିବା ଦେଖାଯାଇଛି । ସୋସିଆଲ ମିଡିଆରେ ସମସ୍ତେ ନିଜ ମା’ଙ୍କ ସହ ଫଟୋ ସେୟାର କରି ନିଜ ମନ କଥା କହିଛନ୍ତି । ଏ ମଧ୍ୟରେ ପଛରେ ରହି ନାହାନ୍ତି ଦବଙ୍ଗ ଷ୍ଟାର ସଲମାନ ଖାନ୍ । ମାତୃତ୍ୱ ଦିବସ ଅବସରରେ ସେ ନିଜ ମା’ଙ୍କ ବିଷୟରେ ଅନେକ ଜଣା ଅଜଣା କଥାର ଖୁଲାସା କରିଛନ୍ତି ।
ତାଙ୍କ କହିବା ଅନୁଯାୟୀ, ଏବେ ବି ମୋ ମା’ ମୋତେ ବେଲେଣା କାଠିରେ ମାଡ଼ ମାରୁଛନ୍ତି । ଛୋଟ ବେଳେ ମୋ ମା’ ମୋତେ ଡ଼ାଲି ଭାତ ଖୁଆଇ ଦେଉଥିଲେ, ଯାହା ଏବେ ମୋର ଭାରି ମନେ ପଡ଼େ । ସବୁ ଭାଇ-ଭଉଣୀଙ୍କ ସହ ମା’ ଚୋର ପୁଲିସ ଖେଳୁଥିବା ବେଳେ ବାପା ହିଟ୍ଲରଙ୍କ ଭଳି ଆମକୁ ଅନୁଶାସନ ଶିଖାଉଥିଲେ । ଯଦି ମୋ ବାପା ଏତେ ଶକ୍ତ ହୋଇ ନଥାନ୍ତେ, ତେବେ ମୋତେ କେହି ବି ସମ୍ଭାଳି ପାରି ନଥାନ୍ତେ । ବାପାଙ୍କ ଗୋଟେ ପାଟିରେ ଆମେ ସମସ୍ତେ ଡ଼ରି ଲୁଚି ଯାଉଥିଲୁ । ମୁଁ ମୋ ମାତା-ପିତାଙ୍କୁ ଅନେକ ଦୁଃଖ ଦେଇଛି । ବେଳେ ବେଳେ ସେ ମୋ ପାଇଁ ଖୁସି ମଧ୍ୟ ହୋଇଛନ୍ତି । ମୋ କାମ ପାଇଁ ମୋ ମା’ ସବୁଠାରୁ ଅଧିକ ଚିନ୍ତା କରିଥାନ୍ତି, ଯାହା ପାଇଁ ସେ ଖୁବ୍ ଶୀଘ୍ର ବୃଦ୍ଧାବସ୍ଥାକୁ ଚାଲି ଯାଉଛନ୍ତି ବୋଲି କହିଛନ୍ତି ସଲମାନ ।