ଶୋ ପ୍ରଯୋଜକ ସଲମାନଙ୍କର କପିଲ ଶର୍ମାଙ୍କୁ କଡ଼ା ତାଗିଦ୍
ବଡ଼ ପରଦା ହେଉ ବା ଛୋଟ ପରଦା ସଲମାନଙ୍କ କ୍ୱାଲିଟି ଖୁବ ଖାସ । ସେ ପ୍ରତ୍ୟେକକୁ ଅତି ସହଜରେ ହ୍ୟାଣ୍ଡେଲ କରି ଦିଅନ୍ତି । ଅଭିନେତା ସଲମାନ ଖାନ୍ ଏବେ ବଡ଼ ପରଦା ସହ ଛୋଟ ପରଦାରେ ମଧ୍ୟ ଅଧିକ ସକ୍ରିୟ ରହୁଥିବା ଦେଖିବାକୁ ମିଳିଛି । ଫିଲ୍ମ ସହ ସେ ଛୋଟ ପରଦାରେ ଅନେକ ସୋ’ର ପ୍ରଯୋଜନା ଦାୟିତ୍ୱ ତୁଲାଇବା ଆରମ୍ଭ କରିଛନ୍ତି । ରିୟାଲିଟି ସୋ’ ‘ନଚ୍ ବଲିଏ-୯’ ଓ ‘କମେଡି ସୋ’’ ଦ କପିଲ ଶର୍ମା ସୋ’ର ପ୍ରଯୋଜନା ଦାୟିତ୍ୱରେ ଏବେ ସଲମାନ ରହିଥିବା ବେଳେ ଦୁଇଟି ଯାକ ସୋ’ର ଟିଆର୍ପି ଅଧିକ ରହିଥିବା ଦେଖିବାକୁ ମିଳିଛି ।
ତେବେ ଦ କପିଲ ଶର୍ମା ସୋ’ର ପ୍ରଯୋଜକ ହିସାବରେ ସେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ତାଗିଦ୍ କରିଥିବା ଜଣା ପଡ଼ିଛି । ସୋ’ରେ ବିବାଦ ସୃଷ୍ଟି ହେବା ଭଳି କୌଣସି କାମ ବା ସେଭଳି କିଛି ନ କହିବା ପାଇଁ କପିଲଙ୍କୁ କହିଛନ୍ତି ସଲମାନ । ସୋ’ର ଟିଆର୍ପି ଏବେ ଭଲ ଥିବା ଦେଖି ସଲମାନ ଏହାକୁ ବଜାୟ ରଖିବାକୁ ଚାହୁଁଛନ୍ତି । ସେଥିପାଇଁ ସେ କପିଲଙ୍କୁ କୌଣସି ବିବାଦୀୟ କାମ ନ କରିବାକୁ ତାଗିଦ୍ କରିଛନ୍ତି ।