Only for Entertainment

ଅମିର ଖାନଙ୍କୁ ଅଫର ହୋଇଥିଲା ସଞ୍ଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’, ଏହି କାରଣରୁ କଲେ ରିଜେକ୍ଟ

zee news
0 40

ଅମିର ଖାନ ବଲିଉଡରେ ଫିଲ୍ମ ‘କୟାମତ ସେ କୟାମତ’ରୁ ଏକ ଚକଲେଟ ବୟ ଭୂମିକାରୁ ଆରମ୍ଭ କରିଥିଲେ । କିନ୍ତୁ ଅମିର ଆଜି ବଲିଉଡରେ ମିଷ୍ଟର ପରଫେକ୍ସନିଷ୍ଟ ଭାବରେ ପରିଚିତ । ଥ୍ରୀ ଇଡିୟଟ, ପିକେ, ଦଙ୍ଗଲ ପରି ଅନେକ ହିଟ ଫିଲ୍ମ ସେ ବଲିଉଡକୁ ଦେଇଛନ୍ତି । ସେଥିପାଇଁ ତ ଅନେକ ନିର୍ଦ୍ଦେଶକ ତାଙ୍କ ସହିତ ଫିଲ୍ମ କରିବା ପାଇଁ ଚାହିଁଥାନ୍ତି । ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମ ‘ସଞ୍ଜୁ’ ପାଇଁ ଅମିରଙ୍କୁ ଅଫର ହୋଇଥିଲା । କିନ୍ତୁ ଅମିର ଗୋଟିଏ କାରଣରୁ ଫିଲ୍ମର ଅଫରକୁ ଗ୍ରହଣ କରିନଥିଲେ ।

ଖବର ଅନୁସାରେ ବାୟୋପିକ ‘ସଞ୍ଜୁ’ରେ ଅମିରଙ୍କୁ ସଞ୍ଜୟ ଦତ୍ତଙ୍କ ପିତା ସୁନୀଲ ଦତ୍ତଙ୍କ ଭୂମିକା ଅଫର ହୋଇଥିଲା । କିନ୍ତୁ ଅମିର ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିବା ପାଇଁ ଚାହୁଁଥିଲେ । ଏହା ପୂର୍ବରୁ ଏହି ଭୂମିକା ପାଇଁ ରଣବୀର କପୁରଙ୍କ ନାମକୁ ଫାଇନାଲ କରାଯାଇଥିଲା ।

amir-sanju

ଅମିର ରାଜକୁମାର ହିରାନୀଙ୍କ ବାୟୋପିକ ‘ସଞ୍ଜୁ’ର ଆଇଡିଆ ଶୁଣିବାପରେ ତାଙ୍କୁ କାହାଣୀ ଖୁବ ପସନ୍ଦ ଆସିଥିଲା । ଏହି ଫିଲ୍ମର ଅଫର ମିଳିବା ପରେ ସେ ଏହି ଫିଲ୍ମରେ ଲିଡ ରୋଲ ପ୍ଲେ କରିବା ପାଇଁ ଚାହୁଁଥିଲେ । ଅମିର କହିଥିଲେ ସେ ସଞ୍ଜୟ ଦତ୍ତଙ୍କ ଭୂମିକା ଛଡା ଆଉ କୌଣସି ଭୂମିକାରେ ଅଭିନୟ କରିବେ ନାହିଁ । ଫିଲ୍ମ ‘ସଞ୍ଜୁ’ରେ ଯେଉଁ ଭୂମିକା ଅମିରଙ୍କୁ ଇଫର ହୋଇଥିଲା ଏବେ ସେବହି ଚରିତ୍ରରେ ପରେଶ ରାୱଲ ନଜର ଆସିବେ ।

sanju-poster

ଉଲ୍ଲେଖଯେଗ୍ୟ ଯେ, ସଞ୍ଜୟ ଦତ୍ତଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ସଞ୍ଜୁ’ର ଟ୍ରିଜରକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଟ୍ରିଜରରେ ଯେଉଁ ପରୁ ରଣବୀର କପୁର ନଜର ଆସିଛନ୍ତି ଏବଂ ଅଭିନୟ କରିଛନ୍ତି ତାହାକୁ ଦେଖିଲେ ରଣବୀର କପୁରଙ୍କୁ ଚିହିଁବା ଅସମ୍ଭବ ହୋଇପଡୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More