Only for Entertainment

ପିଏମ ମୋଦୀ ସ୍ୱିକାର କଲେ ବିରାଟ କୋହଲୀଙ୍କ ଫିଟନେସ ଚ୍ୟାଲେଞ୍ଜ, ଖୁବ ଶୀଘ୍ର ସେୟାର କରିବେ ଭିଡିଓ

Zee News
0 67

ହମ ଫିଟ ତୋ ଇଣ୍ଡିଆ ଫିଟ ହ୍ୟାଶଟ୍ୟାଗ ନାମରେ ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଫିସନେସ ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀ ଏବଂ ଅଲମ୍ପିକ ସିଲଭର ମେଡାଲିଷ୍ଟ ରାଜ୍ୟବର୍ଦ୍ଧନ ସିଂ ରାଠୋଡ ଟୁଇଟ କରି ଏହି ଫିଟନେସ ଚ୍ୟାଲେଞ୍ଜର ଆରମ୍ଭ କରିଥିଲେ । ସେ ପୁଶଅପ କରି ଭିଡିଓ ସେୟାର କରିବା ସହିତ ବିରାଟ କୋହଲି, ହ୍ରିତିକ ରୋଶନ ଏବଂ ସାଇନା ନେହଲୱାଲଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ । ଏହା ପରେ ବିରାଟ କୋହଲି ଚ୍ୟାଲେଞ୍ଜ ସ୍ୱିକାର କରି ନିଜ ଫିଟନେସ ଭିଡିଓ ସହିତ ଏହି ଚ୍ୟାଲେଞ୍ଜକୁ ଆଗକୁ ବଢାଇଛନ୍ତି ।


ବିରାଟ ଫିଟନେସ ଏକ୍ସରସାଇଜ ଭିଡିଓ ସେୟାର କରି ମହେନ୍ଦ୍ର ସିଂ ଧୋନି, ପତ୍ନୀ ଅନୁଷ୍କା ଶର୍ମା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ଏହା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟୁଇଟ ସାମ୍ନାକୁ ଆସିଛି । ଟୁଇଟ କରି ସେ ଏହି ଚ୍ୟାଲେଞ୍ଜ ଗ୍ରହଣ କରିଥିବା କହିଛନ୍ତି ।

ପ୍ରଧାନମନ୍ତ୍ରୀ ମେଦୀ ଟୁଇଟ କରି ଲେଖିଥିଲେ, ‘ମୁଁ ଚ୍ୟାଲେଞ୍ଜ ସ୍ୱିକାର କରୁଛି ବିରାଟ, ମୁଁ ମୋର ଫିଟନେଓ ଚ୍ୟାଲେଞ୍ଜ ଖୁବ ଶୀଘ୍ର ଅପଲୋଡ କରିବି ।’ ଏହାପରେ ସେ ହମ ଫିଟ ତୋ ଇଣ୍ଡିଆ ଫିଟ ହ୍ୟାଶଟ୍ୟାଗର ମଧ୍ୟ ବ୍ୟବହାର କରିଥିଲେ । ଏବେ ଅନୁଷ୍କା ଏବଂ ଏମଏସ ଧୋନୀଙ୍କ ପ୍ରତିକ୍ରିୟା ଆସିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More