Only for Entertainment

‘ସଂଜୁ’ର ନୂଆ ପୋଷ୍ଟରରେ ଦେଖିବାକୁ ମିଳିଲା ନରଗିସଙ୍କ ଝଲକ ।

zee news
0 30

ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ସଂଜୁ’ କିଛି ଦିନରୁ ଚର୍ଚ୍ଚାରେ ରହିଛି । ଫିଲ୍ମରେ ରଣବୀର କପୁର ସଂଜୟ ଦତ୍ତଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମର ଟ୍ରିଜର ଏବଂ ଟ୍ରେଲର ଦେଖିବା ପରେ ଫ୍ୟାନ୍ସମାନେ ଫିଲ୍ମକୁ ଦେଖିବା ପାଇଁ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । ଏହା ସହିତ ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀ ପ୍ରତ୍ୟେକ ଦିନ ଫିଲ୍ମର ନୂଆ ନୂଆ ପୋଷ୍ଟର ରିଲିଜ କରି ଦର୍ଶକଙ୍କୁ ସରପ୍ରାଇଜ ଦେଉଛନ୍ତି ।


ନିକଟରେ ରାଜ କୁମାର ଫିଲ୍ମରେ ନରଗିସଙ୍କ ଲୁକକୁ ସେୟାର କରିଛନ୍ତି । ଫିଲ୍ମରେ ସଂଜୟ ଦତ୍ତଙ୍କ ମା’ ନରଗିସଙ୍କ ଭୂମିକାରେ ମନୀଷା କୋଇରାଲା ନଜର ଆସିବେ । ଫିଲ୍ମର ଏହି ନୂଆ ପୋଷ୍ଟରରେ ମନୀଷା କୋଇରାଲାଙ୍କ ସହିତ ରଣବୀର କପୁର ମଧ୍ୟ ନଜର ଆସିଛନ୍ତି ।

ଏହା ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ଫିଲ୍ମର ପ୍ରଥମ ଗୀତକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଫିଲ୍ମରେ ରଣବୀର ସିଂଙ୍କ ବ୍ୟତିତ ପରେଶ ରାୱଲ, ଦିୟା ମିର୍ଜା, ସୋନମ କପୁର, ମନୀଷା କୋଇରାଲା, ଅନୁଷ୍କା ଶର୍ମାଙ୍କ ପରି ଅନେକ କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More