Only for Entertainment

‘ଶଙ୍ଖା ସିନ୍ଦୁର’ ପରେ ଏହି ମେଗା ଧାରାବାହିକରେ ନଜର ଆସିବେ ଋଷି !

youtube
0 42

ଓଲିଉଡରେ ତାଙ୍କର ଏବେ ପର୍ଯ୍ୟନ୍ତ ଗୋଟିଏ ବି ସିନେମା ରିଲିଜ୍ ହୋଇ ନାହିଁ କିନ୍ତୁ ଛୋଟ ପରଦାର ସେ ଜଣେ ଲୋକପ୍ରିୟ ନାୟକ । ତାଙ୍କ କ୍ଷେତ୍ରରେ କିଛି ନୂଆ କଥା ଘଟିଛି । ଏଠାରେ ଯେଉଁ ନାୟକଙ୍କ କଥା କୁହାଯାଉଛି ସେ ହେଲେ ଋଷି । ଏହି ନାୟକଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ତରଙ୍ଗ ଚ୍ୟାନେଲରେ ପ୍ରସାରିତ ମେଗା ଧାରାବାହିକ ‘ଶଙ୍ଖା ସିନ୍ଦୁର’ରେ । ଏଥିରେ ଋଷିଙ୍କ ବିପକ୍ଷରେ ନଜର ଆସିଥିଲେ ସୁଲଗ୍ନା।

Capture rishiତାଙ୍କୁ ଦର୍ଶକ ଖୁବ୍ ଶୀଘ୍ର ଆଉ ଏକ ମେଗା ଧାରାବାହିକରେ ନାୟକ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଏହା ହେଲା ‘ତୋ ପାଇଁ ମୁଁ’। ଏଥିରେ ନାୟିକା ଭୂମିକାରେ ନଜର ଆସିବେ ଦେବସ୍ମିତା । ଏହା ଜି ସାର୍ଥକ ଚାନେଲରେ ପ୍ରସାରିତ ହେବ।

ଠିକ୍ ସେହିପରି ସେ ଏକ ସିନେମାରେ ବି ନାୟକ ଭୂମିକାରେ ଆସୁଛନ୍ତି । ଯେଉଁ ସିନେମାରେ ଋଷିଙ୍କୁ ଖୁବ୍ ଶୀଘ୍ର ନାୟକ ଭୂମିକାରେ ଦେଖିବାକୁ ପାଇବେ ତାହା ହେଲା ତୋର ମୋର ପ୍ରେମ କାହାଣୀ । ଏଥିରେ ତାଙ୍କ ଚରିତ୍ରଟି ଏପରି ଯେ ତାଙ୍କୁ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଆଉ ଜଣଙ୍କୁ ବାହା ହେବାକୁ ପଡ଼ୁଛି ।

rishiତେବେ ତାଙ୍କ ସ୍ତ୍ରୀଙ୍କର କିପରି ନିଧନ ହେଲା ଏବଂ ଦ୍ୱିତୀୟ ବିବାହ କାହିଁକି କରିବାକୁ ପଡ଼ିଲା ତାହା ତୋର ମୋର ପ୍ରେମ କାହାଣୀ ରିଲିଜ୍ ହେବାପରେ ଆପଣମାନେ ଜାଣି ପାରିବେ । ତେବେ ଏତିକି ଜଣାଇ ଦିଆଯାଇପାରେ ଯେ ଏହି ସିନେମାରେ ଋଷିଙ୍କ ବିପକ୍ଷରେ ଜଣାଶୁଣା ଟେଲି ନାୟିକା ଲୀନା ଏବଂ ପ୍ରଜ୍ଞା ଅଛନ୍ତି । ଆଉ ଏ ଦୁହିଁଙ୍କ ମଧ୍ୟରୁ କିଏ ପ୍ରଥମ ଓ କିଏ ଦ୍ୱିତୀୟ ପତ୍ନୀ ତାହା ମଧ୍ୟ ତୋର ମୋର ପ୍ରେମ କାହାଣୀ ରିଲିଜ୍ ହେବାପରେ ଆପଣମାନେ ଜାଣି ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More