Only for Entertainment

‘କଫି ୱିଥ କରଣ-୬’ରେ ପିତା ସୈଫ ଅଲୀ ଖାନଙ୍କ ସହିତ ଡେବ୍ୟୁ କରିବେ ସାରା ।

The Indian Express
0 17

ପପୁଲାର ଟକ ଶୋ’ ‘କଫି ୱିଥ କରଣ’ ୨୧ ଅକ୍ଟୋବରରୁ ଅନ ଏୟାର ହେବାକୁ ଯାଉଛି । ଏହି ସେଲିବ୍ରିଟି ଟକ ଶୋ’ରେ ଗେଷ୍ଟ ହେବାକୁ ଥିବା ଅତିଥିଙ୍କ ଲିଷ୍ଟ ଜାଣିବା ପାଇଁ ଦର୍ଶକ ଉତ୍ସୁକତା ସହିତ ଅପେକ୍ଷା କରି ରହିଛନ୍ତି । ଖବର ଶୁଣିବାକୁ ମିଳୁଛି ଯେ ଏହି ସିଜିନରେ ଅନେକ ନୂଆ ଚେହେରାଙ୍କୁ ଶୋ’ରେ ଗେଷ୍ଟ ଭାବେ ଦେଖିବାକୁ ମିଳିବ । ଏହା ମଧ୍ୟ ଶୁଣାଯାଉଛି ଯେ କରଣଙ୍କ ଏହି ଶୋ’ରେ ଅଭିନେତ୍ରୀ ସାରା ଅଲୀ ଖାନ ପିତା ସୈଫ ଅଲୀ ଖାନଙ୍କ ସହିତ ନଜର ଆସିବେ ।

ରିପୋର୍ଟ ଅନୁସାରେ ସାରା ପିତା ସୈଫ ଅଲୀ ଖାନଙ୍କ ସହିତ କରଣଙ୍କ ଶୋ’ରେ ଡେବ୍ୟୁ କରିବା ସହିତ ଦୁହିଁଙ୍କ ମଧ୍ୟରେ ଥିବା ବଣ୍ଡିଂ ବିଷୟରେ ଆଲୋଚନା କରିବେ । ଯଦି ଏହି ଖବର ସତ ହୋଇଥାଏ ତେବେ ଏହା ଫ୍ୟାନ୍ସଙ୍କ ପାଇଁ ଏକ ବଡ ସରପ୍ରାଇଜ ହେବ ।
ଅନ୍ୟପକ୍ଷରେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ କରଣଙ୍କ ଏହି ଟକ ଶୋ’ରେ ଜାହ୍ନବୀ କପୁର ଭାଇ ଅର୍ଜୁନ କପୁରଙ୍କ ସହିତ ନଜର ଆସିବେ । ଶୋ’ରେ ଦୁହେଁ ପରସ୍ପରର ସିକ୍ରେଟ ଉପରୁ ପରଦା ଉଠାଇବେ ।

ତେବେ ସାରା ଏବଂ ଜାହ୍ନବୀଙ୍କ ବ୍ୟତିତ ଶୋ’ରେ ନବ ବିବାହିତ ଦମ୍ପତ୍ତି ବିରାଟ କେହଲି- ଅନୁଷ୍କା ଶର୍ମା ଏବଂ ସୋନମ କପୁର – ଆନନ୍ଦ ଆହୁଜା ମଧ୍ୟ ସାମିଲ ହେବେ । ଏହା ସହିତ ଅନେକ ଷ୍ଟାର କିଡ ମଧ୍ୟରେ ଡେୁବ୍ୟ କରିପାରନ୍ତି । ଏହି ତାଲିକାରେ ସୁହାନା ଖାନ, ଅହାନ ପାଣ୍ଡେ ଏବଂ ଅନନ୍ୟା ପାଣ୍ଡେଙ୍କ ନାମ ସାମିଲ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More