Only for Entertainment

ଖୋଲିଲା ଅଷ୍ଟ୍ରେଲିଆର ଜୀବନ ନେଉଥିବା ଏୟାରପୋର୍ଟର ରାଜ, ଏପର୍ଯ୍ୟନ୍ତ ଲୁଚାଇ ରଖିଛି ବିଷାକ୍ତ କନେକ୍ସନ ।

38

ଅଷ୍ଟ୍ରେଲିଆରେ ଏକ ଜୀବନ ନେଉଥିବା ଏୟାରପୋର୍ଟର ରାଜ ଖୋଲିଛି । ଏହାର ଚାରି ପାଶ୍ୱର୍ରେ ବିଷାକ୍ତ ପାଣି ଖେଳି ରହିଛି । ଏହି ପାଣିରେ ଏତେ ବିଷ ଭରି ରହିଛିଯେ ଏହାର ଆଖପାଖରେ ରହୁଥିବା ଲୋକ ଖୁବଶୀଘ୍ର କର୍କଟ ରୋଗର ଶୀକାର ହୋଇଥାନ୍ତି । ଏକ ସିକ୍ରେଟ ଲ୍ୟାବରେ ଏହି ପାଣିକୁ ଯାଂଚ କରାଗଲା । ଯେଉଁଥିରୁ ଜଣାପଡ଼ିଲାଯେ ଏଥିରେ ପ୍ରଚୁର ମାତ୍ରାରେ ଖତରନାକ ରସାୟନ ଭରି ରହିଛି ।

 

ଘଟଣାଟି ସିଡନୀ ଏୟାରପୋର୍ଟର,ଯାହାର ଆଖପାଖରେ ଥିବା ପାଣିରେ ଦୁଇ ପ୍ରକାରର ରସାୟନ ରହିଛି । କିନ୍ତୁ ଏହି କଥାକୁ ବର୍ଷ ବର୍ଷ ଧରି ସେମାନଙ୍କ କର୍ମଚାରୀ ଏବଂ ପାସେଜଂର୍ସଙ୍କୁ ଲୁଚାଇ ରଖାଯାଇଛି । ଏହା ୧୯୭୦ରୁ ପାଣିକୁ ଦୂଷିତ କରି ଆସୁଥିବା ଖବର ମିଳିଛି । ରିପୋର୍ଟରେ କୁହାଯାଇଛିଯେ ଏୟାରପୋର୍ଟ ପୂର୍ବରୁ ଏଠାରେ ଫାୟର ଟ୍ରେନିଂ ଗ୍ରାଉଣ୍ଡ ଥିଲା,ଯାହାପରେ ସ୍ଥାନୀୟ ଲୋକ ଏହାକୁ ପାର୍କ ଭଳି ବ୍ୟବହାର କରିବାକୁ ଲାଗିଲେ ।

 

କେମିକଲ ବିରୁଦ୍ଧରେ କ୍ୟାମ୍ପେନ କରୁଥିବା ଲୋକଙ୍କ କହିବା ଅନୁସାରେ ଲମ୍ବା ସମୟ ଧରି ଏହା ସଂପର୍କରେ ଆସିଥିବା ଲୋକ କର୍କଟ ରୋଗର ସାମ୍ନା କରିଛନ୍ତି । ଏହି ମଧ୍ୟରେ ମିଡିଆ ଜରିଆରେ ଏସଡବ୍ଲ୍ୟୁ ହେଲଥ ଜରିଆରେ କୁହାଯାଇଛିଯେ ଏଥିରେ କୌଣସି କେମିକଲ ନାହିଁ । ଅନ୍ୟ କେତେକ ଷ୍ଟଡିରେ ମଧ୍ୟ କୁହାଯାଇଛିଯେ ଏହା ଦ୍ୱାରା ଜୀବଜନ୍ତୁଙ୍କୁ ମଧ୍ୟ କର୍କଟ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More