ସିକ୍ରେଟ ସୁପରଷ୍ଟାର ଗାୟିକା ମେଘନା ମିଶ୍ରା ଖୋଲିଲେ ଆମୀର ଖାନଙ୍କ ରାଜ୍ !
ଇଣ୍ଡିଆ ଟୁଡ଼େ ଉମେନ୍ ସମିଟ୍ ଆଣ୍ଡ ଆଓ୍ଵାର୍ଡ଼ସରେ ଅସଲ ସିକ୍ରେଟ୍ ସୁପରଷ୍ଟାର ତଥା ଗାୟିକା ମେଘନା ମିଶ୍ରା ସାମିଲ ହୋଇଥିଲେ । ଫିଲ୍ମ ସିକ୍ରେଟ୍ ସୁପରଷ୍ଟାରରେ ଜାଇରାଙ୍କ ପାଇଁ ନିଜ ସ୍ୱର ଦେଇଥିଲେ ମେଘନା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ତାଙ୍କର ଫିଲ୍ମ ଜୀବନ ସହ ଜଡ଼ିତ ଅନେକ ରହସ୍ୟର ଖୁଲାସା କରିଥିଲେ । ତାଙ୍କୁ ଏହି ଫିଲ୍ମରେ କିପରି ସୁଯୋଗ ମିଳିଥିଲା ତାହା ଜଣାଇବା ସହ ଅଭିନେତା ଆମୀର ଖାନ୍ ତାଙ୍କୁ ଏକ ଘରେ ବନ୍ଦ କରି ଦେଇଥିଲେ ବୋଲି କହିଛନ୍ତି । ତାଙ୍କ ସହ ଅଭିନେତ୍ରୀ ଜାଇରା ଓ୍ଵାସିମ୍ଙ୍କୁ ମଧ୍ୟ ବନ୍ଦ ରଖା ଯାଇଥିବା ସେ ପ୍ରକାଶ କରିଛନ୍ତି ।
