Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens heealth
0 35

ମେଷ: ସାମାଜିକ କାର‌୍ୟ୍ୟକ୍ରମରେ ଯୋଗ ଦେବେ। ଆପଣଙ୍କ ଜୀବନରେ ମଧୁର ସ˚ପର୍କ ଆରମ୍ଭ ହେବ। କ୍ୟାରିୟର ମାମଲାରେ କିଛି ଭଲ ହୋଇପାରେ। ପାରିବାରିକ ଜୀବନ ସୁଖ ଶାନ୍ତି ଭରା ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ରଚନାତ୍ମକ କାମରେ ନାମ ହେବ। ସରକାରୀ ଚାକିରି ମିଳିପାରେ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଛାତ୍ରଙ୍କୁ କମ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

ମିଥୁନ: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। କିଛି ଜରୁରୀ କାମରେ ବାଧା ଉତ୍ପନ୍ନ ହେବ। ସିନିୟରଙ୍କ ସହିତ ଆପଣଙ୍କର ମତଭେଦ ବଢ଼ିପାରେ। ବିବାହିତ କୌଣସି ମନୋରମ ସ୍ଥାନକୁ ଭ୍ରମଣରେ ଯାଆନ୍ତୁ; ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

କର୍କଟ: କୌଣସି ଲକ୍ଷକୁ ନେଇ ଉତ୍ସୁକ ହେବେ। ଆପଣଙ୍କର ସ୍ବଭାବ ନେତାଙ୍କ ଭଳି ରହିବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଜୀବନସାଥୀଙ୍କ ସହିତ ପାହାଡ଼ିଆ ଅଞ୍ଚଳକୁ ବୁଲି ଯିବାର ଯୋଜନା କରିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ସି˚ହ: ଧର୍ମ କର୍ମରେ ରୁଚି ବଢ଼ିବ। ଗୁରୁଜନଙ୍କ ପ୍ରତି ମନରେ ଦୟାଭାବ ରହିବ। ଅଫିସ କାମରେ ଆପଣଙ୍କର ପ୍ରଶ˚ସା ହେବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ। ଶୁଭରଙ୍ଗ: ବାଦାମୀ। ଆରାଧନା: ହର ପାର୍ବତୀ।

କନ୍ୟା: ସଫଳତା ପାଇବାର ଦିନଟିଏ। ମିତ୍ରଙ୍କ ସହଯୋଗରେ ଆପଣଙ୍କ କାମ ପୂରା ହେବ। ଘରେ ପୁଣ୍ୟକାର‌୍ୟ୍ୟ କରିବେ। ଛାତ୍ରୀଙ୍କୁ କ୍ୟାରିୟର ଗଢ଼ିବା ଲାଗି ଅନୁଭବୀଙ୍କ ପରାମର୍ଶ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ସନ୍ତୋଷୀ ମାତା।

ତୁଳା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଠିକ୍‌ ଦିଶାରେ କାମ କରି ଅଧିକ ସମସ୍ୟାର ସମାଧାନ କରିନେବେ। କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଛାତ୍ରଙ୍କୁ ଭାଇଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

ବିଛା: ଦିନଟି ଆପଣଙ୍କୁ ଢେରସାରା ଫାଇଦା ଦେବ। କାର‌୍ୟ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାର କରିନେବେ। ସରକାରୀ ଚାକିରିଆଙ୍କୁ ଶୁଭ ଖବର ମିଳିବ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ଆପଣଙ୍କ ଦୃଷ୍ଟିକୋଣ ସୁଧାରବାଦୀ ରହିବ। ନୂଆ ପରିଯୋଜନାରେ କାମ କରିବେ। ବ୍ୟବସାୟରେ ଲାଗିଥିବା ଅର୍ଥରୁ ଲାଭ ହୋଇପାରେ। ନୃତ୍ୟ ସଙ୍ଗୀତ ପ୍ରତି ରୁଚି ବଢ଼ିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ମଙ୍ଗଳା।

ମକର: ଦୀର୍ଘ ଦିନରୁ କୌଣସି କଥାକୁ ନେଇ ମନରେ ଲାଗିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। କୌଣସି କ˚ପାନିରେ ଚାକିରିର ଇମେଲ୍‌ ଆସିପାରେ। ବ୍ୟବସାୟରେ ଭଲ ଲାଭ ହେବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ସୂର‌୍ୟ୍ୟଦେବ।

କୁମ୍ଭ: ଆପଣଙ୍କ ମନୋଭାବ ଆଧୢାତ୍ମିକ ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ବଢ଼ିବ ଯାହା କି ଭବିଷ୍ୟତରେ ଲାଭ ଦେବ। ଜୀବନସାଥୀଙ୍କ ଠାରୁ ଢେର‌୍‌ସାରା ପ୍ରେମ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ମୀନ: ଭାଗ୍ୟ ଆପଣଙ୍କୁ ପୂରା ସହଯୋଗ ଦେବ। ଚାକିରି ଓ ବ୍ୟବସାୟରେ ଲାଭ ପାଇବେ। ସାମାଜିକ ସମାରୋହକୁ ଯାଆନ୍ତୁ; ମାନସମ୍ମାନ ବୃଦ୍ଧି ହେବ। ପ୍ରେମ ଓ ରୋମାନ୍‌ସ ପାଇଁ ଚମତ୍କାର ସୁଯୋଗ ପାଇବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More