କାଜୁ ପକୋଡା ପ୍ରସ୍ତୁତି ପ୍ରଣାଳୀ
ସାମଗ୍ରୀ :
୧୫୦ ଗ୍ରାମ୍ ବେସନ, ୮୫ ଗ୍ରାମ୍ ଚାଉଳ ଗୁଣ୍ଡ, ଦେଢ଼ ଚାମଚ ଲଙ୍କା ଗୁଣ୍ଡ, ଅଧ ଚାମଚ ଅଦାରସୁଣ ପେଷ୍ଟ, ୧୦ ଗ୍ରାମ୍ ପୋଦିନା, ୯୦ ଗ୍ରାମ୍ କଟା ପିଆଜ, ୨୦୦ ଗ୍ରାମ୍ କାଜୁ, ୨ ଚାମଚ ଗରମ ତେଲ, ୯୦ ମିଲି ପାଣି, ଛାଣିବା ପାଇଁ ତେଲ ଏବଂ ସ୍ବାଦାନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଏକ ପାତ୍ରରେ ବେସନ, ଚାଉଳ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ରସୁଣ ପେଷ୍ଟ, ଲୁଣ, ପୋଦିନା ପତ୍ର, କଟା ପିଆଜ ଏବଂ କାଜୁକୁ ଭଲ ଭାବେ ମିଶାନ୍ତୁ। ଏବେ ଏଥିରେ ୨ ଚାମଚ ଗରମ ତେଲ ଓ ପାଣି ମିଶାଇ ଭଲ ଭାବେ ମିଶାନ୍ତୁ। ଏକ ପ୍ୟାନରେ ତେଲ ଗରମ କରି ଏଥିରେ ଏହି ମିଶ୍ରଣ ପକୁଡ଼ି ଭାବେ ପକାନ୍ତୁ। ଏହା ଗୋଲ୍ଡେନ୍ ବ୍ରାଉନ୍ ଓ କ୍ରିସ୍ପି ହେବା ଯାଏ ଛାଣନ୍ତୁ। ପକୋଡ଼ି ହୋଇଗଲା ପରେ ଟିସୁ ପେପରକୁ ବାହାର କରି ଦିଅନ୍ତୁ। ଯାହାଫଳରେ ଅତିରିକ୍ତ ତେଲ ବାହାରିଯିବ। ଏବେ ପ୍ରସ୍ତୁତ ହୋଇଗଲା କାଜୁ ପକୁଡ଼ି। ଏବେ ଏହାକୁ ଗରମ ଗରମ ଟମାଟୋ ସସ୍ କିମ୍ବା ଲଙ୍କା ଚଟଣୀ ସହିତ ପରଷନ୍ତୁ।