Only for Entertainment

ରଣବୀରଙ୍କ ପିଲାଦିନ ଫଟୋ ଦେଖି ଦୀପିକା ଦେଲେ କିଛି ଏଭଳି ପ୍ରତିକ୍ରିୟା !

oneindia
0 44

ବଲିଉଡ୍‌ର ବାଜିରାଓ-ମସ୍ତାନୀଙ୍କ ବିବାହ ତାରିଖ ଠିକ୍‌ ହୋଇ ସାରିଛି । ଦୁଇ ଜଣ ପ୍ରେମ କରି ବିବାହ କରିବାକୁ ଯାଉଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ସେ କେବେ ବି ସର୍ବସମ୍ମୁଖରେ ସ୍ୱୀକାର କରି ନାହାନ୍ତି । ଲୋକଙ୍କ ଭିଡ଼ ଭିତରେ ଦୁଇ ଜଣଙ୍କୁ ଆଖି ଇଶାରାରେ କଥା ହେଉଥିବାର ଦେଖିବାକୁ ମିଳୁଥିବା ବେଳେ ସେମାନଙ୍କ ଏହି ଇଶାରା ହିଁ ତାଙ୍କ ପ୍ରେମ ସଂପର୍କରୁ ସମସ୍ତଙ୍କ ଆଗରେ ଧରାପକାଇଛି । ଦୁହେଁ ସବୁ ବେଳେ ନିଜ ଫିଲ୍ମ ବା ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ରଣବୀରଙ୍କ ଫଟୋକୁ ନେଇ ଦୀପିକା ଦେଇଥିବା ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ତଳେ ରଣବୀର ସିଂ ନିଜ ପିଲା ଦିନର ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଏଥିରେ ଥିବା ରଣବୀରଙ୍କ ହେୟାର ଷ୍ଟାଇଲକୁ ନେଇ ବଲିଉଡ୍‌ର ଅନ୍ୟ କଳାକାରମାନେ ତାଙ୍କୁ ପ୍ରଶଂସା କରିଥିବା ବେଳେ ତାଙ୍କ ପ୍ରେମିକାଙ୍କୁ ଏହି ଫଟୋଟି ପସନ୍ଦ ଆସି ନ ଥିଲା ।

Avant Garde Since 1985

A post shared by Ranveer Singh (@ranveersingh) on

ଏହା ଦୀପିକା କରିଥିବା କମେଣ୍ଟରୁ ସ୍ପଷ୍ଟ ଜଣାପଡ଼ିଛି । ରଣବୀର ଦୀପିକାଙ୍କ କମେଣ୍ଟର ଉତ୍ତର ରଖି ଅରେଞ୍ଜ ପ୍ୟାଣ୍ଟ ଏବଂ ସିଲ୍‌ଭା ସାର୍ଟ ବୋଲି ଲେଖିଥିଲେ । ଏହି କମେଣ୍ଟ ଦେଖି ରଣବୀର ଦୀପିକାଙ୍କୁ ଇଶାରା ଇଶାରାରେ କିଛି କହିଥିଲେ ବୋଲି ଜଣା ପଡ଼ିଥିଲା । ପୂର୍ବରୁ ଅନେକ ଥର ଦୁହେଁ ପରସ୍ପରର ଫଟୋରେ କମେଣ୍ଟ ଦେଇ ଆସିଛନ୍ତି । ପୂର୍ବରୁ ରଣବୀରଙ୍କ ଏକ ଫଟୋ ଦୀପିକା mine(ମୋର) ବୋଲି ଲେଖିଥିଲେ । ଏହା ଦେଖି ଦୁହିଁଙ୍କ ମଧ୍ୟରେ ଭଲ ପାଇବା କେତେ ତାହା ପ୍ରକାଶିତ ହୋଇଥିଲଶ । ତେବେ ଦୁହେଁ ନଭେମ୍ବର ୧୦ରେ ବିବାହ କରିବାକୁ ଯାଉଥିବା ବେଳେ କେଉଁଠି ବିବାହ କରିବେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More